26.1 C
Bhubaneswar
Wednesday, November 20, 2024
Homeକରୋନାବୟସ୍କ ଓମିକ୍ରନ୍ ଆକ୍ରାନ୍ତଙ୍କୁ ସୁରକ୍ଷା ଦେଉଛି ବୁଷ୍ଟର୍ ଡୋଜ୍‌: ଷ୍ଟଡି

ବୟସ୍କ ଓମିକ୍ରନ୍ ଆକ୍ରାନ୍ତଙ୍କୁ ସୁରକ୍ଷା ଦେଉଛି ବୁଷ୍ଟର୍ ଡୋଜ୍‌: ଷ୍ଟଡି

ଲଣ୍ଡନ: କୋଭିଡ୍‌-୧୯ ଭ୍ୟାକ୍ସିନ୍‌ର ତୃତୀୟ ଟପ୍‌-ଅପ୍ ବୁଷ୍ଟର୍ ଡୋଜ୍ ବୟସ୍କ ବ୍ୟକ୍ତିଙ୍କୁ ଓମିକ୍ରନ୍ ଭାରିଆଣ୍ଟ୍ ଦ୍ୱାରା ହେବାକୁ ଥିବା ଗମ୍ଭୀର ରୋଗର ବିପଦରୁ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦେଉଛି । ୟୁକେ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (ୟୁକେଏଚ୍‌ଏସ୍‌ଏ) ପକ୍ଷରୁ ଶନିବାର ଶେଷ ହୋଇଥିବା ଏକ ଷ୍ଟଡିରୁ ଏହା ଜଣାଯାଇଛି । ୟୁକେଏଚ୍‌ଏସ୍‌ଏ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ, ତୃତୀୟ ଡୋଜ୍ ନେବାର ତିନି ମାସ ପରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ୯୦ ପ୍ରତିଶତ ସୁରକ୍ଷା ମିଳିଥାଏ । ସେହିପରି ଗମ୍ଭୀର ଭାବେ ସଂକ୍ରମିତ ରୋଗୀଙ୍କୁ ବୁଷ୍ଟର୍ ଶଟ୍ ବହୁ ସମୟ ଧରି ଉଚ୍ଚତମ ସୁରକ୍ଷା ପ୍ରଦାନ କରୁଥିବା ବେଳେ କମ୍ ଲକ୍ଷଣ ଥିବା ସଂକ୍ରମଣ ବିରୋଧରେ ଏହା କମ୍ ହୋଇଯାଇଥାଏ । ୩ ମାସରେ ଏହା ୩୦ ପ୍ରତିଶତକୁ କମି ଆସିଥାଏ ବୋଲି ଷ୍ଟଡିରେ କୁହାଯାଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ୟୁକେରେ ବୁଷ୍ଟର୍ ଭ୍ୟାକ୍ସିନେସନ୍ ଆରମ୍ଭ ହେବା ପରେ ୬୫ ବର୍ଷରୁ ଊର୍ଦ୍ଧ୍ୱ କେତେକ ବ୍ୟକ୍ତିଙ୍କୁ ନେଇ ୟୁକେଏଚ୍‌ଏସ୍‌ଏ ଏହି ଅଧ୍ୟୟନ କରିଥିଲା । ଭ୍ୟାକ୍ସିନ୍‌ର ପ୍ରଥମ ଦୁଇଟି ଡୋଜ୍ ନେଇଥିବା ଗମ୍ଭୀର ରୋଗୀଙ୍କ କ୍ଷେତ୍ରରେ ଓମିକ୍ରନ୍ ଭାରିଆଣ୍ଟ୍‌ର ପ୍ରଭାବ ମାସକ ମଧ୍ୟରେ ହ୍ରାସ ପାଉଥିବା ଏହି ଷ୍ଟଡିରୁ ଜଣାପଡ଼ିଛି । ଭ୍ୟାକ୍ସିନ୍‌ର କେବଳ ଦୁଇଟି ଡୋଜ୍ ଗମ୍ଭୀର ସଂକ୍ରମଣ ବିପକ୍ଷରେ ସୁରକ୍ଷାକୁ ୩ ମାସ ମଧ୍ୟରେ ୭୦% ଏବଂ ୬ ମାସ ମଧ୍ୟରେ ୫୦% କମ୍ କରିଦେଇଥାଏ ବୋଲି ଷ୍ଟଡିରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking