18.1 C
Bhubaneswar
Monday, November 25, 2024
Homeଓଡିଶାବସ, କାର୍ ପଛପଟୁ ଧକ୍କା ଦେବା ଫଳରେ ବ୍ରିଜ ଉପରେ ଜଳିଗଲା କାର ; ଅଳ୍ପକେ...

ବସ, କାର୍ ପଛପଟୁ ଧକ୍କା ଦେବା ଫଳରେ ବ୍ରିଜ ଉପରେ ଜଳିଗଲା କାର ; ଅଳ୍ପକେ ବର୍ତ୍ତିଗଲେ ଚାଳକ

ଯାଜପୁର : ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ସ୍ଥିତ ମାନଗୋବିନ୍ଦ ପୁର ସ୍ଥିତ ଓଭର ବ୍ରିଜ ଉପରେ ଏକ କାର ଜଳି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି l ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ଏକ କାର ଡ଼ୁବୁରୀରୁ ଯାଜପୁର ରୋଡ଼ ଅଭିମୁଖେ ଆସୁଥିଲା l କିନ୍ତୁ ମାନଗୋବିନ୍ଦ ପୁର ନିକଟସ୍ଥ ଓଭର ବ୍ରିଜ ଉପରେ ଏକ ବସ କାର ପଛପଟୁ ଧକ୍କା ଦେଇଥିଲା l ଫଳରେ କାରଟି ଘଟଣା ସ୍ଥଳରେ ସମ୍ପୂର୍ଣ ଜଳି ଯାଇଥିଲା l ଅଳ୍ପକେ ବର୍ତ୍ତିଯାଇଥିଲେ କାର ମାଲିକ l ତେବେ ସୂଚନା ପାଇ ଦାନଗଦୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ତେବେ ଦୁର୍ଘଟଣା ଗ୍ରସ୍ତ କାରରେ ଧର୍ମଶାଳା ଅନ୍ତର୍ଗତ ଵାରକଣା ଆର.ଆଇ ସୁଶାନ୍ତ କୁମାର ସ୍ୱାଇଁ ନାମକ ବ୍ୟକ୍ତି ନିର୍ବାଚିନି କାର୍ଯ୍ୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ସୂଚନା ମିଳିଛି l ଅନ୍ୟପଟେ ସୂଚନା ପାଇ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking