ଭୁବନେଶ୍ୱର: ଏପ୍ରିଲ, ମେ ଓ ଜୁନ ଭଳି ଜୁଲାଇରେ ବି ବସ ଟିକଟ ଛାଡ ଘୋଷଣା ହୋଇଛି । ବସ ଉପରୁ ଟିକସ ଛାଡ ଘୋଷଣା କରିଛି ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ କରାଯାଇଛି । ଷ୍ଟେଜ/କଣ୍ଟ୍ରାକ୍ଟ କ୍ୟାରେଜ ଓ ସ୍କୁଲ ବସମାନଙ୍କ ଉପରୁ ଟିକସ ଛାଡ ଘୋଷଣା ହୋଇଛି । ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇ କହିଛନ୍ତି, ଲକ ଡାଉନ ପରବର୍ତ୍ତୀ ବସ ଚଳାଚଳ ସ୍ୱାଭାବିକ ପାଇଁ ପଦକ୍ଷେପ ନିଆଯାଉଛି । ବସ ମାଲିକଙ୍କୁ ଟିକସ ଛାଡ ସହ ଅନ୍ୟ ସୁବିଧା ଦେବାକୁ ବିଚାର କରାଯାଉଛି । ବି କାଟାଗୋରୀ ଜିଲ୍ଲାରେ ବସ ଚଲାଚଳ କରିବ କି ନାହିଁ ନିଷ୍ପତ୍ତି ହେବ । ନିଶ୍ଚିତ ଭାବରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।