30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବସ-ଜିପ ମୁହାଁମୁହିଁ ଧକ୍କା, ୪ ମୃତ

ବସ-ଜିପ ମୁହାଁମୁହିଁ ଧକ୍କା, ୪ ମୃତ

ଜୟପୁର: ରାଜସ୍ଥାନର ଯୋଧପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି (ଶନିବାର) ଯୋଧପୁର ଜିଲ୍ଲାର ବାଲୋତ୍ରା ଜାତୀୟ ରାଜପଥରେ ଏକ ଜିପ୍ ଏବଂ ବସ୍ ମଧ୍ୟରେ ମୁଁହାମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ଭଣ୍ଡୁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ୪ ମୃତକ ବୟସାଧିକ ହୋଇଥିବା ନେଇ ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା ।

ଖବର ପାଇ ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ଜବତ କରାଯାଇ ହସ୍ପିଟାଲକୁ ପଠାଯାଇଛି । ପ୍ରାଥମିକ ତଦନ୍ତ ପରେ ପୋଲିସ ମୃତକଙ୍କ ପରିଚୟ ସ୍ପଷ୍ଟ କରିଛି । ମୃତ ବ୍ୟକ୍ତିଙ୍କ ନାମ ଦେବରମ (୬୫), ନାଭଲାରାମ (୭୦), ତ୍ରିଲୋକ ରାମ (୬୮) ଏବଂ ୬୫ ବର୍ଷିୟ ଡାଲାରାମ । ଆହତ ଭୁରାମଙ୍କୁ ଯୋଧପୁରର ଇଓଓଗଝରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ସ୍ଥାନୀୟ ବୋରାନାଡା ପୋଲିସ ଷ୍ଟେସନ ଅଧିକାରୀ ଦେବଚାନ୍ଦ କହିଛନ୍ତି, ଭଣ୍ଡୁ ଏବଂ ନରନାଡି ମଧ୍ୟରେ ଏକ ବସ୍ ଏବଂ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ବସନି ସିଲାଭାଟାନରର ପାଞ୍ଚଜଣ ବୃଦ୍ଧ ବ୍ୟକ୍ତି ଏହି ଜିପରେ ଯାତ୍ରା କରୁଥିଲେ । ଏକ କାର‌୍ୟ୍ୟକ୍ରମରେ ଯୋଗଦେବା ପରେ ସେମାନେ ଘରକୁ ଫେରୁଥିଲେ ।

ଏହି ସମୟରେ ଜିପଟି ବସ ସହ ଧକ୍କା ହୋଇ ରାସ୍ତା ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ଦେବରାମ ନାଭଲାରାମ, ତ୍ରିଲୋକ ରାମ ଏବଂ ୬୫ ବର୍ଷୀୟ ଡାଲାରାମଙ୍କ ମୃତ୍ୟୁ ଘଟିଛି । ଆହତ ଭୁରାମଙ୍କୁ ଯୋଧପୁରର ଇଓଓଗଝରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ମାତ୍ରେ ଅଞ୍ଚଳର ଲୋକ ପ୍ରତିନିଧିମାନେ ଡାକ୍ତରଖାନାକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ତଦାରଖ କରିଥିଲେ । ଲୋହରୀ ବିଧାୟକ ମହେନ୍ଦ୍ର ସିଂ ବିଷ୍ଣୁ, ପୂର୍ବତନ ବିଧାୟକ ଜୋଗରାମ ପଟେଲ ଏବଂ ଅନ୍ୟ କିଛି ସ୍ଥାନୀୟ ନେତା ଆହତଙ୍କ ଅବସ୍ଥା ଜାଣିବା ପାଇଁ ହସ୍ପିଟାଲ ଗସ୍ତ କରିଥିଲେ । ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking