ଭଦ୍ରକ: ବସ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ। ଭଦ୍ରକ ଜିଲ୍ଲା ପୀରହାଟ ଥାନା ଚାନ୍ଦବାଲି ରାସ୍ତାର କମାରିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ୨ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଚରା ଉଚରା ପାଇଁ ବସ ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ମୃତକଙ୍କ ପରିବାର ଲୋକେ ଏନେଇ ଦୁଃଖରେ ଭାଙ୍ଗିପଡିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ପୋଲିସ ସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । ତେବେ ଏଭଳି ସଡକ ଦୁର୍ଘଟଣା ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଦୁର୍ଘଟଣା ବାବଦରେ କେତେ ସଚେତନ କରାଇଲେ ମଧ୍ୟ କେହି ଶୁଣିବାକୁ ନାରାଜ। ନିୟମକୁ ଫୁ କରି ମନମୁତାବକ ଗାଡି ଚଳାଉଛନ୍ତି ଚାଳନ । ଯାହାଫଳରେ ନିଜର ମୂଲ୍ୟବାନ ଜୀବନ ହରାଉଛନ୍ତି ।










