କଲୋମ୍ବୋ : ଶ୍ରୀଲଙ୍କାରେ ବୁର୍କା ବ୍ୟାନ କରିବା ଓ ଦେଶରେ ୧୦୦୦ରୁ ଅଧିକ ମଦରାସାକୁ ବନ୍ଦ କରିବା ପାଇଁ ଯୋଜନା କରାଯାଉଛି । ରିପୋର୍ଟ ମୁତାବକ, ଶ୍ରୀଲଙ୍କା ସରକାର, ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏହି ସବୁ ପ୍ରତିବନ୍ଧ ଲଗାଇବାକୁ ଶନିବାର ଘୋଷଣା କରିଛନ୍ତି । ଜନ ସୁରକ୍ଷା ମନ୍ତ୍ରୀ ଶରତ ବିରସେକରା ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି , ବୁର୍କା ପିନ୍ଧିବାରେ ପ୍ରତିବନ୍ଧ ଲଗାଇବା ପାଇଁ ମନ୍ତ୍ରୀମଣ୍ଡଳ ପକ୍ଷରୁ ଅନୁରୋଧ କାଗଜରେ ହସ୍ତାକ୍ଷର କରାସରିଛି । ଏହା ଏକ ଧାର୍ମିକ କଟ୍ଟରତାକୁ ଦର୍ଶାଉଥିବାରୁ ଏହାକୁ ଶ୍ରୀଲଙ୍କା ସରକାର ବ୍ୟାନ କରିବା ପାଇଁ ଯାଉଛନ୍ତି ।
ଏକ ବୌଦ୍ଧ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିରସେକରା କହିଛନ୍ତିଯେ, ବୁର୍କାରୁ ରାଷ୍ଟୀୟ ସୁରକ୍ଷା ଉପରେ ସିଧାସଳଖ ପ୍ରଭାବ ପଡୁଛି । ଏହି ପ୍ରତିବନ୍ଧ କେବେ ଠାରୁ କଡାକଡି ଭାବରେ ପାଳନ କରାଯିବ ଏହାକୁ ନେଇ କୌଣସି ସ୍ଫଷ୍ଟ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟଯେ, ଏହି କିଛି ଦିନ ହେବ ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ଜନମତ ସଂଗ୍ରହ କରାଯାଇ ବୁର୍କାକୁ ବ୍ୟାନ କରାଯାଇଛି ।