ତାଳଚେର: ତାଳଚେର ଅଞ୍ଚଳରେ ଚୋରି ରାହାଯାନୀ ବୃଦ୍ଧି ପାଇଥିବା ବେଳେ ଚୋରାବାଲି, କୋଇଲାକୁ କେବଳ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିବା ଭଳି ଗୁରୁତର ଅଭିଯୋଗ ହେଉଛି। ଘଟଣାରୁ ପ୍ରକାଶ ଗତକାଲି ବାଇପାସ୍ ଛକ ନିକଟରେ ରହିଥିବା ଜୈନିକ ସାମ୍ବାଦିକ ଘରୁ ଦିନ ଦ୍ୱିପ୍ରହରେ ଏସି କାଟି ଦୁର୍ବୃତ୍ତମାନେ ନେଇଯାଇଥିବା ବେଳେ ପ୍ରାୟ ରାତି ୨ଟାରେ ବାଇପାସ୍ ଅଞ୍ଚଳର ଏକ ଗ୍ୟାରେଜରୁ ବିଭିନ୍ନ ସାମଗ୍ରୀ ଚୋରି ହେବା ଘଟଣା ଓ ଆଜି ସାଉଥବଲଣ୍ଡା ଅଞ୍ଚଳର ଭିକାରୀ ସ୍ୱାଇଁ (୩୭) ହାଟତୋଟା ସ୍ଥିତ ରେମୁଆଁରୁ ଗ୍ରୁପ ମହିଳାଙ୍କ ଠାରୁ ବକେୟା ଅର୍ଥ ଆଦାୟ କରି ଫେରୁଥିବା ବେଳେ ଦୃର୍ବୁତମାନେ ତାଙ୍କ ହାତକୁ ଟାଙ୍ଗିଆରେ ହାଣି ସେଠାରୁ ଟଙ୍କାନେଇ ଉଭାନ ହୋଇଥିବା ଘଟଣା ଚହଳ ପକାଇ ଦେଇଛି। ପୁନଶ୍ଚ ଏହି ୪ଦିନ ପୂର୍ବରୁ ତାଳଚେର ବନ୍ତୋଲ ଗ୍ରାମର ପ୍ରତିଭାରାଣୀ ରଥ ତାଙ୍କ ମୋବାଇଲ ସିମ୍ ହଜି ଯାଇଥିବା ଘଟଣାକୁ ନେଇ ସେ ତାଳଚେର ଥାନାରେ ଏତଲା ଦେବାକୁ ଆସିଥିôଲେ।
ମାତ୍ର ପୋଲିସ୍ ଏତଲା ଗ୍ରହଣ କରିବା ପରିବର୍ତ୍ତେ ତାଙ୍କ କଥାକୁ ନଶୁଣି ସମ୍ପୃକ୍ତ ମହିଳାଙ୍କ ସହ ଯୁକ୍ତିତରକ ହେବା ପରେ ହାତ ଉଠାଇବା ପର୍ଯ୍ୟନ୍ତ କଥା ଯାଇଥିଲା ଏବଂ ପରବର୍ତ୍ତିର୍ ସମୟରେ ତାଙ୍କୁ ବିଭିନ୍ନ ଦଫା ଲଗାଇ କୋର୍ଟଚାଲାଣ କରିଥିବା ଘଟଣା, ପୋଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ୧୫ଦିନ ପୂର୍ବରୁ ଦୁଇଟି ଚୋରା କୋଇଲା ବୋଝଇ ଟ୍ରକ ବାହାରକୁ ଚାଲାଣ ହେଉଥିବା ବେଳେ ଅନୁଗୁଳ ଜିଲ୍ଳା ଏସପି ଖବରପାଇ ତାଳଚେର ଥାନାକୁ ଜଣାଇବାପରେ ପୁଲିସ୍ ପକ୍ଷରୁ ଉକ୍ତ ଦୁଇଟି ଗାଡ଼ିକୁ ଜବତ କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ଏହି ଦୁଇଟି ଚୋରା କୋଇଲା ବୋଝଇ ଟ୍ରକକୁ ଜିଲ୍ଲା ଏସପି ଜାଣି ପାରିବା ବେଳେ ତାଳଚେର ପୁଲିସ୍ କାହିଁକି ନିରବଦ୍ରଷ୍ଟା ସାଜିଥିବା ନେଇ ବିଭିନ୍ନ ସନ୍ଦେହ ଜନକ ଅବସ୍ଥା ସୃଷ୍ଟି କରୁଛି। ତାଳଚେର ବ୍ରାହ୍ମଣୀ ନଦୀ ସିରିଗିଡ଼ା ଗ୍ରାମ ଠାରୁ ଆରମ୍ଭ କରି ତାଳଚେର ମଣ୍ଡାପାଳ, ଦାସନାଳୀ, ଟୁଲୁକୁଲୁଣ୍ଡି ପର୍ଯ୍ୟନ୍ତ ରହିଥିବା ଘାଟ ଗୁଡ଼ିକରୁ ରାତ୍ରୀ ସମୟରେ ପ୍ରାୟ ଶହଶହ ସଂଖ୍ୟକ ହାଇୱା, ଟିପ୍ପର, ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ବାଲି ଚାଲାଣ ହେଉଥିବା ବେଳେ ପ୍ରାୟ ୨ବର୍ଷ ମଧ୍ୟରେ ତାଳଚେର ପୋଲିସ ହାତରେ ଗୋଟିଏ ହେଲେ ବି ଚୋରା ବାଲି ହେଉ କିମ୍ବା କୋଇଲା ବୋଝାଇ ଟ୍ରକ ଧରା ପଡ଼ୁନଥିବା ଘଟଣା ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ଜନକ ଅବସ୍ଥା ସୃଷ୍ଟି କରିଛି।










