ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରୁ ହଟିବେ ବୁଲା ଗାଈଗୋରୁ ଏବଂ ଷଣ୍ଢ । ବନ୍ଦ ହୋଇଥିବା କାଞ୍ଜିଆ ଏବଂ ଦୁହାଳକୁ ପୁଣିଥରେ କାଯ୍ୟକ୍ରମ କରାଯିବ । ଏନେଇ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡିଶାକୁ ଆଖି ଆଗରେ ରଖି ରାଜଧାନୀ ଭୁବନେଶ୍ୱରରୁ ବୁଲା ଗାଈଗେରୁ ଏବଂ ଷଣ୍ଢ ହଟାଯିବ । ସେମାନଙ୍କ ପାଇଁ ଅଧିକରୁ ଅଧିକ ଗୋଶାଳା ବ୍ୟବସ୍ଥା କରାଯାଉଛି । ରାଜ୍ୟବ୍ୟାପୀ ଗୋଶାଳା ଇଚ୍ଛୁକ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ୫୨ ଲକ୍ଷ ଟଙ୍କାର ଭିତ୍ତିଭୂମି ବାବଦରେ ଦିଆଯିବ । ଏହା ସହ ଜମି ଦେବା ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରୁଥିବା ମନ୍ତ୍ରୀ କହିଛନ୍ତି । ବୁଲା ଗାଇଗୋରୁଙ୍କ ଭରଣ ପୋଷଣ ପାଇଁ ୨୦ ଲକ୍ଷ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।