29.1 C
Bhubaneswar
Saturday, October 5, 2024
Homeଓଡିଶାପୁଣି ଗଜପତିରେ ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ଗର୍ଭବତୀ

ପୁଣି ଗଜପତିରେ ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ଗର୍ଭବତୀ

ମୋହନା : ଭଲ ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ଗର୍ଭବତୀ । ଆର୍‌.ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତ କୁମୁଟିପଙ୍କାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନାକ୍ରମେ କୁମୁଟିପଙ୍କାଳ ଗାଁର ଉଆଳି ମଳିକଙ୍କ ସ୍ତ୍ରୀ ଲଳିତା ମଳିକ ପ୍ରାୟ ୮ମାସର ଗର୍ଭବତୀ ଥିଲେ । ଲଳିତାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସି ଗଞ୍ଜାମ ଗଜପତି ସୀମା ବଡ଼ପଦା ନିକଟରେ ରହିଯାଇଥିଲା । ଆଗକୁ ଭଲ ରାସ୍ତା ନଥିଲା । କୁମୁଟିପଙ୍କାଳ ଗାଁ ଲୋକଙ୍କ ସହାୟତାରେ ଲଳିତାଙ୍କୁ ପ୍ରାୟ ୫କିମି କାଦୁଅ ରାସ୍ତାରେ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଯାଇଥିଲା । ପରେ ତାଙ୍କୁ ଗଞ୍ଜାମ ଜିଲ୍ଲା ଡେଙ୍ଗାଉସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking