ଅମୃତସର: ପଞ୍ଜାବର ତରନତାରନ୍ ସେକ୍ଟର୍ସ୍ଥିତ ଅନ୍ତର୍ଜାତୀୟ ସୀମାରୁ ଧରାପଡ଼ିଥିôବା ଦୁଇଜଣ ପାକିସ୍ତାନୀ ନାଗରିକଙ୍କୁ ବିଏସ୍ଏଫ୍ ମଙ୍ଗଳବାର ସ୍ୱଦେଶ ଫେରାଇ ଦେଇଛି । ସୂଚନା ଅନୁସାରେ ବିଏସ୍ଏଫ୍ ଯବାନମାନେ ଅନ୍ତର୍ଜାତୀୟ ସୀମାରେ ପାଟ୍ରୋଲିଂ କରୁଥିବା ବେଳେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଦୁଇଜଣ ଯୁବକଙ୍କୁ ଧରିଥିଲେ । ପଚରା ଉପରା ବେଳେ ଅଜାଣତରେ ସେମାନେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା କହିଥିଲେ ।
ତଲାସୀ ବେଳେ ସେମାନଙ୍କ ନିକଟରୁ ନିଜସ୍ୱ ସାମଗ୍ରୀ ଏବଂ ଏକ ହଜାର ପାକିସ୍ତାନୀ ଟଙ୍କା ବ୍ୟତୀତ ଅନ୍ୟ କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନଥିଲା । ଏ ନେଇ ପାକିସ୍ତାନ ରେଞ୍ଜର୍ସଙ୍କୁ ସୂଚନା ଦିଆଯିବା ସହିତ ବିଏସ୍ଏଫ୍ ପକ୍ଷରୁ ଔପଚାରିକ ବିରୋଧ ରୁଜୁ କରାଯାଇଥିଲା । ପରେ ବିଏସ୍ଏଫ୍ ଅଧିକାରୀଙ୍କ ଆଦେଶ ପରେ ମାନବୀୟ ସିଦ୍ଧାନ୍ତ ଆଧାରରେ ଟୋବା ସିଂହ ନିବାସୀ ୨୫ ବର୍ଷୀୟ ସବିବ୍ ଖାନ୍ ଏବଂ ଲାୋରର ଶାଦରା ଗ୍ରାମ ନିବାସ ୨୧ ବର୍ଷୀୟ ମହମ୍ମଦ ଚନ୍ଦଙ୍କୁ ଯବାନମାନେ ମଧ୍ୟରାତିରେ ପାକିସ୍ତାନୀ ରେଜଞ୍ଜର୍ସଙ୍କୁ ହସ୍ତାନ୍ତରି କରିଥିଲେ ।