28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ବିଆରଏସ ବିଧାୟିକା ମୃତ

ସଡ଼କ ଦୁର୍ଘଟଣାରେ ବିଆରଏସ ବିଧାୟିକା ମୃତ

ହାଇଦ୍ରାବାଦ୍‌ : ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ଲସିୟା ନନ୍ଦିତାଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଅନିୟନ୍ତ୍ରିତ କାର ଡିଭାଇଡରକୁ ଧକ୍କା ଦେବାଫଳରେ ଏହି ଦୁର୍ଘଟଣା ଘଟିଛି। ଲାସିୟା ସିକନ୍ଦରାବାଦ୍‌ କ୍ୟାଣ୍ଟର ବିଧାୟକ ଥିଲେ। ଶୁକ୍ରବାର ସକାଳେ ପାଟାନଚେରୁରେ ଏହି ଦୁର୍ଘଟଣା ଘଟିଛି। ବିଆର୍‌ଏସ୍‌ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ବିଆରଏସ କାର୍ୟ୍ୟକାରୀ ସଭାପତି କେ.ଟି ରାମା ରାଓ ମଧ୍ୟ ନନ୍ଦିତାଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଟୁଇଟ୍‌ କରି କହିଛନ୍ତି, ବିଧାୟିକା ଲସ୍ୟା ନନ୍ଦିତାଙ୍କ ଅକାଳ ମୃତ୍ୟୁରେ ମୁଁ ଗଭୀର ଚକିତ ହୋଇଛି। ନନ୍ଦିତାଙ୍କ ପିତା ସ୍ବର୍ଗତ ସୟାନାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ଥିଲା। ଗତ ବର୍ଷ ଏହି ମାସରେ ତାଙ୍କର ଦେହାନ୍ତ ହୋଇଥିଲା। ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ନନ୍ଦିତା ଆଉ ନାହାଁନ୍ତି। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା, ମୁଁ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବାକୁ ଭଗବାନଙ୍କୁ ପ୍ରାର୍ଥନା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking