29.1 C
Bhubaneswar
Sunday, November 17, 2024
Homeଅପରାଧଭାଇ ନେଲା ଭଉଣୀ ଜୀବନ

ଭାଇ ନେଲା ଭଉଣୀ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରବାଙ୍କୀ ଠାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଭାଇ ନିଜ ଭଉଣୀକୁ ହତ୍ୟା କରିଦେଇଛି । ପୋଲିସ ଘଟଣାର ତଦନ୍ତ କରି ଖୁଲାସା କରିବା ପରେ ଆଖପାଖରେ ସମସ୍ତେ ଭୟଭୀତ ହୋଇଯାଇଛନ୍ତି । ପୋଲିସ ଆରୋପୀ ଭାଇକୁ ଗିରଫ କରିଛି । ପୋଲିସର ତଦନ୍ତ ଅନୁସାରେ ନିଜ ଭଉଣୀର ଅବୈଧ ସମ୍ପର୍କ ଯୋଗୁଁ ଭାଇ ହତ୍ୟା କରିଛି ।

ବାରବାଙ୍କୀ ସହରରେ ଫତେପୁର ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ଝିଅର ଶବ ଲହୁଲୁହାଣ ଅବସ୍ଥାରେ ଉଦ୍ଧାର କରିଥିଲା ଓ ପୋଷ୍ଟମର୍ଟମ ପାଇଁ ପଠାଇଛି । ପ୍ରାଥମିକ ଘଟଣାରୁ ଭଉଣୀ ଉପରେ ଭାଇ ରାଗିଥିବାରେ ସୂଚନା ମିଳିଥିଲା । ସେ ନିଜ ଭଉଣୀକୁ ନିଜ ପ୍ରେମିକ ସହ ରଖିବାକୁ ଚାହୁଁ ନଥିଲା ।

ପୋଲିସର ଅଧିକ ତଦନ୍ତ ପରେ ପୁରା ଘଟଣା ସାମନାକୁ ଆସିଥିଲା । ମୃତକ ଝିଅର ବାହାଘର କିଛି ଦିନ ପୁର୍ବରୁ ମହମ୍ମଦପୁର ଅଞ୍ଚଳରେ ହୋଇଥିଲା । କିନ୍ତୁ ଝିଅର ଏକ ବ୍ୟକ୍ତି ସହ ପ୍ରେମ ସମ୍ପର୍କ ଥିଲା । ବାହାଘର କିଛି ଦିନ ପରେ ଝିଅଟି ନିଜ ଶ୍ୱଶୁର ଘରୁ ପ୍ରେମୀ ସହ ପଳାଇ ଯାଇଥିଲା । ଏପରି ଘଟଣାର ଘରର ଇଜ୍ଜତ ଯାଉଥିବାରୁ ଭାଇ ରାଗିଥିଲା ।

ତେଣୁ ପୁର୍ବ ଯୋଜନା ମୁତାବକ ଭଉଣୀକୁ ପ୍ରେମୀ ପାଖରେ ରହିବକୁ ବ୍ୟବସ୍ଥା କରାଇଦେବା ପାଇଁ କହି ବାଇକ୍‌ରେ ବସାଇ ଏକ ଶୁନଶାନ ସ୍ଥାନକୁ ନେଇ ଯାଇଥିଲା ସେଠାରେ ଏକ ଟାଙ୍ଗିଆ ଦ୍ୱାରା ଭଉଣୀକୁ ଆକ୍ରମଣ କରି ମାରି ଦେଇଥିଲା ଓ ରାସ୍ତାରେ ଫୋପାଡି ଚାଲିଯାଇଥିଲା ।
ଏକ ମହିଳାର ରକ୍ତ ଜୁଡୁବୁଡୁ ଶବ ରାସ୍ତାରେ ପଡିଥିବା ଦେଖି ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking