ନୂଆଦିଲ୍ଲୀ: କେରଳର ଥିରୁବନନ୍ତପୁରମର ନେୟାଟିନକରା ନିକଟ ପୁବରରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ଏକ ଅସ୍ଥାୟୀ ସେତୁ ନିର୍ମିତ ହୋଇଥିଲା । ଯାହା ସୋମବାର ରାତିରେ ଭୁଶୁଡି ପଡିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଏହି କାରଣରୁ ଜଣେ ମହିଳାଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ଏବଂ ଅନେକ ଲୋକ ସାମାନ୍ୟ ଆଘାତ ପାଇଥିଲେ। ଅ ରାତି ପ୍ରାୟ ୯ ଟା ବେଳେ ଅନେକ ଲୋକ ବ୍ରିଜ ଉପରକୁ ଚଢିଥିଲେ। ସେ କହିଛନ୍ତି ଯେ ଏହି ସେତୁ ଲୋକଙ୍କ ଓଜନ ସହ୍ୟ କରିପାରି ନଥିଲା। ଗୋଟିଏ ପାର୍ଶ୍ୱକୁ ଓହଳି ପଡିଥିଲା। ଯେଉଁ କାରଣରୁ ସେଠାରେ ଠିଆ ହୋଇଥିବା ଲୋକମାନେ ଖସିପଡିଥିଲେ।