26.1 C
Bhubaneswar
Tuesday, September 17, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍ ଶରଣାର୍ଥୀଙ୍କ ପାଇଁ ବ୍ରିଟେନ୍‌ର ସ୍କିମ୍‌

ୟୁକ୍ରେନ୍ ଶରଣାର୍ଥୀଙ୍କ ପାଇଁ ବ୍ରିଟେନ୍‌ର ସ୍କିମ୍‌

ଲଣ୍ଡନ: ରୁଷ୍ ଆକ୍ରମଣ ପରେ ସେଠାରୁ ପଳାଇ ଆସୁଥିବା ଶରଣାଥୀଙ୍କ ପ୍ରତି ଉଦାସୀନ ମନୋଭାବକୁ ନେଇ ସମାଲୋଚିତ ହେବା ପରେ ବ୍ରିଟେନ୍ ସରକାର ରବିବାର ୟୁକ୍ରେନ୍ ଶରଣାର୍ଥୀଙ୍କ ପାଇଁ ଏକ ନୂଆ ସ୍କିମ୍ ଆରମ୍ଭ କରିଛନ୍ତି । ଏହି ସ୍କିମ୍‌ରେ ୟୁକ୍ରେନ୍ ଶରଣାର୍ଥୀଙ୍କୁ ୩ ବର୍ଷ ପାଇଁ ବ୍ରିଟେନ୍‌ରେ ରହିବାର ଅନୁମତି ପ୍ରଦାନ କରାଯାଇଛି । ‘ହୋମ୍ସ ଫର୍ ୟୁକ୍ରେନ୍‌’ ନାମକ ଏହି କାର୍ଯ୍ୟକ୍ରମରେ ଲକ୍ଷେ ୟୁକ୍ରେନ୍ ଶରଣାର୍ଥୀ ବ୍ରିଟେନ୍‌ରେ ଚାକିରି ସହ ସହ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ସୁବିଧା ପାଇପାରିବେ ବୋଲି କ୍ୟାବିନେଟ୍ ସେକ୍ରେଟାରୀ ମାଇକେଲ୍ ଗୋଭ୍ କହିଛନ୍ତି । ଦେଶରେ ଉପଲବ୍ଧ ଥିବା ପ୍ରତ୍ୟେକ ଘର ୟୁକ୍ରେନ୍ ଶରଣାର୍ଥୀଙ୍କ ପାଇଁ ଖୋଲା ରହିଛି । ସେହିପରି ଶରଣାର୍ଥୀଙ୍କୁ ଘର ସହ ବ୍ୟବସାୟ ଏବଂ ଚ୍ୟାରିଟି ଯୋଗାଇଦେବା ଅବସ୍ଥାରେ ବହୁ ଉଦାର ହୃଦୟର ବ୍ୟକ୍ତି ଆମ ଦେଶରେ ଅଛନ୍ତି ବୋଲି ସେ କହିଛନ୍ତି । ସେହିପରି ଶରଣାର୍ଥୀଙ୍କ ପାଇଁ ଗୃହ ଉପଲବ୍ଧ କରାଇବା ବ୍ୟକ୍ତିଙ୍କୁ ସ୍କିମ୍ ଅଧୀନରେ ମାସିକ ୩୫୦ ପାଉଣ୍ଡ୍ ପ୍ରଦାନ କରାଯିବ । ଏହି ସ୍କିମ୍ ଅନୁସାରେ ସୋସିଆଲ୍ ମିଡିଆ, ଚର୍ଚ୍ଚ କିମ୍ବା ଚାରିଟି ମାଧ୍ୟମରେ ଜାଣିଥିବା ଜଣେ ୟୁକ୍ରେନୀୟଙ୍କ ନାମ ପ୍ରତ୍ୟେକ ବ୍ରିଟେନ୍‌ବାସୀ ସ୍ପନସର୍ କରିପାରିବେ । ସ୍ପନ୍‌ସର ଭାବେ ନାମ ପଞ୍ଜିକରଣ କରିବା ନିମନ୍ତେ ସୋମବାର ସରକାରଙ୍କ ପକ୍ଷରୁ ଏକ ୱେବ୍‌ସାଇଟ୍ ଉନ୍ମୋଚିତ ହେବ ବୋଲି ଗୋଭ୍ କହିଛନ୍ତି । ସରକାରଙ୍କ ଏହି ସ୍କିମ୍‌କୁ ବିରୋଧୀ ଲେବର ପାର୍ଟି ପକ୍ଷରୁ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking