ଲଣ୍ଡନ: ବ୍ରିଟେନ୍ର ଉପ-ପ୍ରଧାନମନ୍ତ୍ରୀ ଏବଂ ନ୍ୟାୟ ମନ୍ତ୍ରୀ ଡୋମିନିକ୍ ରାବ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ବିରୋଧରେ ହଇରାଣ କରିବା ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ ପୂରାହେବା ପରେ ରାବ ନିଜ ପଦ ଛାଡ଼ିଛନ୍ତି । ରାବଙ୍କ ବିରୋଧ ଡରାଇବା ଧମକାଇବା ସହିତ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା ।
ଟ୍ୱିଟର୍ରେ ଇସ୍ତଫା ଘୋଷଣା କରି ରାବ ଲେଖିଛନ୍ତି, ‘ଡରାଇବା ଓ ଧମକାଇବା ମାମଲାର ତଦନ୍ତ ପାଇଁ ମୁଁ ଦାବି କରିଥିଲି ଏବଂ ତଦନ୍ତ ଶେଷହେବା ପରେ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । ନିଜ କଥା ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଭାବେ ।’ ସୂଚନାଯୋଗ୍ୟ, ତଦନ୍ତରେ ରାବ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ବରଖାସ୍ତ କରାଯିବାର ଆଶଙ୍କା ରହିଥିଲା ।
ଏହା ପୂର୍ବରୁ ସେ ସ୍ୱୟଂ ପଦରୁ ଓହରି ଯାଇଛନ୍ତି । ଗତବର୍ଷ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ଷମତାକୁ ଆସିବା ପରେ କୌଣସି କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେବା ଏହା ତୃତୀୟ ଘଟଣା ।