30.1 C
Bhubaneswar
Monday, May 20, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧବିଶ୍ୱ ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ ‘ବ୍ରିଟେନ’: ରୁଷ୍‌ର ଖୋଲାଖୋଲି ଧମକକୁ ନେଇ ଚର୍ଚ୍ଚା

ବିଶ୍ୱ ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ ‘ବ୍ରିଟେନ’: ରୁଷ୍‌ର ଖୋଲାଖୋଲି ଧମକକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ବିଶ୍ୱର ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ ‘ବ୍ରିଟେନ’ । ୟୁକେକୁ ସମୁଦ୍ରରେ ବୁଡାଇଦେବୁ । ବ୍ରିଟେନକୁ ଏପରି ଖୋଲାଖୋଲି ଶେଷ କରିଦେବା ଧମକକୁ ନେଇ ଚର୍ଚ୍ଚା । ରୁଷ୍‌ର ଏକ ଟିଭି ଚ୍ୟାନେଲ ମାଧ୍ୟମରେ ଧମକ ପୂର୍ଣ୍ଣ ଭିଡିଓ ମଧ୍ୟ ଜାରି କରିଛି ରୁଷ । ରାଷ୍ଟ୍ରପତି ପୁଟିନଙ୍କ ନିକଟତମ ସହଯୋଗୀ ଦିମିତ୍ରୀ କିସଲୋଭ୍ ଏହି ବୟାନ୍ ଦେଇଛନ୍ତି । ମାତ୍ର ଗୋଟିଏ ଉତ୍‌କ୍ଷେପଣ ନା ବୋରିସ୍ ରହିବେ ନା ବ୍ରିଟେନ୍ ରହିବ । ୟୁକ୍ରେନ ଉପରେ ହାଇପରସୋନିକ୍ ମିଶାଇଲ ‘ସାଟନ୍‌- ୨’ଦ୍ୱାରା ଆକ୍ରମଣ କରିବାକୁ କହିଛନ୍ତି ଦିମିତ୍ରୀ ।

ଏହି ମିଶାଇଲ୍ ଆକ୍ରମଣ ପରେ ଭୟଙ୍କର ସୁନାମୀ ଆସିବ । ଏପରିକି ସୁନାମୀକୁ ୧୬ଶହ ୪୦ ଫୁଟ ପର୍ଯ୍ୟନ୍ତ ଆକ୍ଟିଭ କରିବାର କ୍ଷମତା ରଖିଛି ‘ସାଟନ୍‌- ୨’ । ଏହି ସୁନାମିରେ ଶେଷ ହୋଇଯିବ ବ୍ରିଟେନ । ବାହୁବଳୀ ମିଶାଇଲ୍ ଆକ୍ରମଣରେ ବ୍ରିଟେନ୍ ସମୁଦ୍ରରେ ବୁଡି ନିଶ୍ଚିହ୍ନ ହୋଇଯିବ । ସମଗ୍ର ବ୍ରିଟେନ୍ ‘ରେଡିଓଆକ୍ଟିଭ୍ ୱେଷ୍ଟଲାଣ୍ଡ’ରେ ପରିଣତ ହୋଇଯିବ । ୟୁକ୍ରେନ୍‌କୁ ସମର୍ଥନ କରୁଥିବାରୁ ୟୁକେକୁ ଏପରି ଖୁଲ୍ଲମଖୁଲା ଉଡାଇଦେବା ଧମକ ଦେଇଛି ରୁଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking