16.1 C
Bhubaneswar
Saturday, December 28, 2024
Homeଓଡିଶାବଧୂହତ୍ୟା ମାମଲା: ସ୍ୱାମୀ, ଶାଶୂଙ୍କୁ ଆଜୀବନ କାରାଦଣ୍ଡ

ବଧୂହତ୍ୟା ମାମଲା: ସ୍ୱାମୀ, ଶାଶୂଙ୍କୁ ଆଜୀବନ କାରାଦଣ୍ଡ

କଟକ :  ଯୌତୁକ ଜନିତ ବଧୂହତ୍ୟା ମାମଲାରେ ମଙ୍ଗଳବାର ମୃତାଙ୍କ ସ୍ୱାମୀ ଏବଂ ଶାଶୂଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଆଡିସ୍‌ନାଲ୍ ସେସନ୍ସ ଜଜ୍ ପ୍ରଦୀପ୍ତ କୁମାର ସାହୁ । ୨୦୧୮ ମସିହାରେ ଏନ୍‌ଏସି ୱାର୍ଡ ନଂ ୧ ହେମମାଳପୁର ଠାରେ ଯୌତୁକକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିଲା । ଆଠଗଡ଼ ଥାନା ବଡ଼ଭୂଇଁ ଗ୍ରାମର ସୂର୍ଯ୍ୟମଣି ଦାସଙ୍କ ଝିଅ ସରିତା (ସିଲୁ)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲା  ଚାଲିଥିବାବେଳେ ସ୍ୱାମୀ ହେମମାଳପୁରର ଅଲେଖ ବିହାରୀ ନନ୍ଦ (ଅଲୁ) ଓ ତାଙ୍କ ମା’ଙ୍କୁ ଆଜୀବନ କାରାଦଣ୍ଡ ଓ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ଏହାସହିତ ୫ହଜାର ଟଙ୍କା ଜୋରିମାନା ଓ ଅନାଦେୟ ହେଲେ ଆଉ ୩ ମାସ କାରାଦଣ୍ଡ ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଓକିଲ ଶରତ କୁମାର ଦାଶ ମାମଲାକୁ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking