29.1 C
Bhubaneswar
Tuesday, November 26, 2024
Homeଅପରାଧଯୌତୁକ ପାଇଁ ଆତ୍ମହତ୍ୟା କରିଦେଲେ ନବବଧୂ: ଜେଲ୍ ଗଲେ ଅଭିଯୁକ୍ତ ସ୍ୱାମୀ-ଦିଅର

ଯୌତୁକ ପାଇଁ ଆତ୍ମହତ୍ୟା କରିଦେଲେ ନବବଧୂ: ଜେଲ୍ ଗଲେ ଅଭିଯୁକ୍ତ ସ୍ୱାମୀ-ଦିଅର

ଭୁବନେଶ୍ୱର: ଯୌତୁକ ପାଇଁ ଜୀବନ ହାରିଦେଲେ ମହିଳା । ବିବାହକୁ ୩ ମାସ ନ ହେଉଣୁ ଯୌତୁକ ନିର୍ଯାତନା ଓ ଦିଅର ଖରାପ ନଜର ରଖୁଥିଲେ । ଦୁଇ ବର୍ଷ ଧରି ସହିବା ପରେ ଶେଷରେ ସେ ଫ୍ୟାନରେ ଝୁଲି ପଡିଥିଲେ । କ୍ୟାପିଟାଲ ଥାନା ପୋଲିସ ବୁଧବାର ଝୁଲନ୍ତା ମୃତଦେହକୁ ଜବତ କରିବା ସହ ସ୍ୱାମୀ ଓ ଦିଅରକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ମୃତ ମହିଳା ଜଣଙ୍କ ହେଲେ ନୟାଗଡ ଜିଲ୍ଳା ଖଣ୍ଡପଡାର ସୁମିତ୍ରା କାଟିଆ । ସୁମିତ୍ରାଙ୍କ ଆତ୍ମହତ୍ୟା ନେଇ ପୋଲିସ ପ୍ରମାଣ ପାଇବା ପରେ ଗୁରୁବାର ସ୍ୱାମୀ ଓ ଦିଅରକୁ ଗିରଫ କରିଛି । ଗିରଫ ସ୍ୱାମୀ ହେଲେ ଗଣେଶ କାଟିଆ ଓ ଦିଅର ଅଜିତ କାଟିଆ । ଦୁହିଁଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମପଞ୍ଜୁର ହୋଇଯିବାରୁ ଦୁହିଁଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟ ପଟେ ମୃତ ସୁମିତ୍ରା ଦୁଇ ମାସର ଗର୍ଭବତୀ ଥିଲେ । ପୋଲିସ ସୁମିତ୍ରାଙ୍କ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ମୁତାବକ,ନୟାଗଡ ଜିଲ୍ଳା ଖଣ୍ଡପଡାର ସୁମିତ୍ରା କାଟିଆ ଦୁଇ ବର୍ଷ ତଳେ ଗଣେଶ କାଟିଆଙ୍କୁ ବିବାହ କରିଥିଲେ । ବିବାହର ଗୋଟିଏ ବର୍ଷ ପରେ ଦୁହେଁ କ୍ୟାପିଟାଲ ଥାନା ୟୁନିଟ୍‌-୮ ସରକାରୀ କ୍ୱାର୍ଟର୍ସରେ ଭଡାରେ ରହୁଥିଲେ ଗଣେଶ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ କାମ କରନ୍ତି । ତାଙ୍କ ଘରେ ତାଙ୍କ ଭାଇ ମଧ୍ୟ ରହୁଥିଲେ । ଗତ କିଛି ଦିନ ହେବ ଦୁଇ ଭାଇ ସୁମିତ୍ରାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ସ୍ୱାମୀ ଗଣେଶ ୫ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ବାରମ୍ବାର କହିବା ସହ ଜୀବନରୁ ମାରି ଦେବାକୁ ଧମକ ଚମକ ଦେଉଥିଲେ । ଖାଲି ସେତିକି ନୁହେଁ ଦିଅର ଅଜିତ କୁଆଡେ ସୁମିତ୍ରାଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ସେ ସ୍ୱାମୀଙ୍କୁ ଜଣାଇଥିଲେ ମଧ୍ୟ ଗଣେଶ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଯାହାକୁ ନେଇ ସବୁବେଳେ ଟେନସନରେ ରହୁଥିବା ସୁମିତ୍ରା ବୁଧବାର ଦିନ ମା’ଙ୍କୁ ଫୋନ କରି ସବୁ କଥା କହିବା ପରେ ଫ୍ୟାନରେ ଝୁଲିପଡିଥିଲେ । ଗୁରୁବାର ପୋଲିସ ସ୍ୱାମୀ ଓ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking