29.1 C
Bhubaneswar
Thursday, April 25, 2024
Homeଓଡିଶାଲିଭ୍‌ଇନ୍ ରିଲେସନସିପରେ ରହୁଥିଲେ: ପୁରୁଷ ବନ୍ଧୁଙ୍କ ଅନୁପସ୍ଥିିରେ ଫ୍ୟାନରେ ଝୁଲିଗଲେ ଯୁବତୀ

ଲିଭ୍‌ଇନ୍ ରିଲେସନସିପରେ ରହୁଥିଲେ: ପୁରୁଷ ବନ୍ଧୁଙ୍କ ଅନୁପସ୍ଥିିରେ ଫ୍ୟାନରେ ଝୁଲିଗଲେ ଯୁବତୀ

ଭୁବନେଶ୍ୱର: ଲିଭ୍‌ଇନ୍‌ରେ ରହୁଥିବା ଜନୈକା ଯୁବତୀ ଗୁରୁବାର ପୂର୍ବାହ୍ନରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ । ମୃତକ ହେଲେ ପାହାଳ ଥାନା ଅନ୍ତର୍ଗତ ସୁରେଖା ବାଟିକାରେ ରହୁଥିବା ସୁଜତା ରଥ । ସେ ଉକ୍ତ ଆପାର୍ଟମେଣ୍ଟର ଏକ ବ୍ଳକରେ ପୁରୁଷବନ୍ଧୁଙ୍କ ସହ ଲିଭ୍‌ଇନ୍‌ରେ ରହୁଥିଲେ । ତେବେ ପୁରୁଷବନ୍ଧୁ ୩ ଦିନ ହେବ ନିଜ ସର୍ମ୍ପକୀୟଙ୍କ ବାହାଘରକୁ ଯାଇଥିବାବେଳେ ଗୁରୁବାର ସକାଳେ ଫୋନ୍ କରି ସୁଜତାଙ୍କ ସହ କଥା ହୋଇଥିଲେ । କଥା ହେବାପରେ ସୁଜତା ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବରପାଇ ପାହାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତ୍ୟୁର କାରଣ ଖୋଜୁଛି । ସୂଚନା ମୁତାବକ, ଭୁବନେଶ୍ୱରରେ ଏକ ପ୍ରିଣ୍ଟିଂ କମ୍ପାନୀର ମାଲିକାଣୀ ହେଉଛନ୍ତି ସୁଜାତା ରଥ । ତାଙ୍କ ପୁରୁଷବନ୍ଧୁଙ୍କ ସହ ପାର୍ଟନର ସିପ୍‌ରେ ଏହି ଉକ୍ତ କମ୍ପାନୀ ସେ ଆରମ୍ଭ କରିଥିଲେ । ସେହି ପୁରୁଷବନ୍ଧୁଙ୍କ ସହ ସେ ପାହାଳ ଥାନା ଅଞ୍ଚଳରେ ଥିବା ସୁରେଖା ବାଟିକାର ଆପାର୍ଟମେଣ୍ଟରେ ଲିଭ୍‌ଇନ୍‌ରେ ରହୁଥିଲେ । ସେହି ଆପାର୍ଟମେଣ୍ଟରେ ସୁଜାତାଙ୍କ ବାପା-ମାଆ ଅଲଗା ବ୍ଲକରେ ରହୁଥିଲେ । ତିନିଦିନ ତଳେ ସୁଜାତାଙ୍କ ପୁରୁଷବନ୍ଧୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ କହି ଯାଇଥିଲେ । ପୁରୁଷବନ୍ଧୁଙ୍କ ଅନୁପସ୍ଥିତିରେ ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିଲେ ସୁଜାତା । ଗୁରୁବାର ସକାଳ ପ୍ରାୟ ସାଢେ ୯ ଟାରୁ ୧୦ ଭିତରେ ସେ ତାଙ୍କ ମା’ ଏବଂ ଭାଇଙ୍କ ସହ ଫୋନ୍‌ରେ କଥା ହେବାପରେ ପୁରୁଷ ବନ୍ଧୁଙ୍କ ସହ ମଧ୍ୟ କଥା ହୋଇଥିବା ସୂଚନା ମିଳୁଛି । ତେବେ ପୁରୁଷ ବନ୍ଧୁଙ୍କ ସହ କଥା ହେବା ପରେୀ କୌଣସି କାଣକୁ ନେଇ ରାଗରେ ସେ ଫୋନ୍ କାଟି ଦେଇଥିଲେ । ପରବର୍ତ୍ତୀ ସମୟରେ ପୁରୁଷବନ୍ଧୁ ଯେତେ ଫୋନ୍ କରିଥିଲେ ମଧ୍ୟ ସେ ଆଉ ଉଠାଇନଥିଲେ । ତେଣୁ ପୁରୁଷବନ୍ଧୁ ସୁଜାତାଙ୍କ ମାଙ୍କୁ ଫୋନ୍ କରି କହିଥିଲେ ଯେ, ସୁଜତା ରାଗ ରୁଷରେ ଫାନ୍ ଉଠାଉ ନାହାଁନ୍ତି, ଆପଣ ଯାଇ ଦେଖନ୍ତୁ । ସୁଜାତାଙ୍କ ପରିବାର ଲୋକେ ଉକ୍ତ ବ୍ଳକକୁ ଯାଇ ଦେଖିଲାବେଳକୁ ଭିତରପଟୁ କବାଟ ବନ୍ଦ ଥିଲା । ସନ୍ଦେହ ହେବାରୁ ସେମାନେ କଣ୍ଟ୍ରୋଲ୍ ରୁମ୍ ଓ ପାହାଳ ଥାନାକୁ ଫୋନ୍ କରି ସୂଚନା ଦେଇଥିଲେ ବୋଲି ପୁଲିସ କହିଛି । ପୁଲିସ ଘଟଣାସ୍ଥଳରେ ପହଞ୍ôଚ କବାଟ ଭାଙ୍ଗି ଦେଖିଲାବେଳକୁ ବେଡରୁମ୍ ଭିତରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି ସୁଜାତା । ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲ ପଠାଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରୁ ସୁଜାତଙ୍କ ମୋବାଇଲ୍ ଜବତ କରି ଘଟଣାର ତଦନ୍ତ କରିବା ସହ ମୃତ୍ୟୁର କାରଣ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking