23.1 C
Bhubaneswar
Friday, January 10, 2025
Homeଓଡିଶାବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ; କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ; କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ୫୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ନାଁ ସଙ୍ଗୀତା ମହାପାତ୍ର । ସେ ଖୋର୍ଦ୍ଧା ବ୍ଲକରେ କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଏକ ଉନ୍ନୟନମୂଳକ କାର୍ଯ୍ୟର ଫାଇନାଲ୍ ବିଲ୍ କରି ଦେବା ପାଇଁ ସେ ଜଣେ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ । ସମ୍ପୃକ୍ତ ଠିକାଦାର ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ପ୍ରକାରେ ଆଜି ଠିକାଦାର ଜଣଙ୍କ ୫୦ ହଜାର ଟଙ୍କା ନେଇ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଦେଇଥିଲେ ।

ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା । ଲାଞ୍ଚ ନେଇ ଧରାପଡ଼ିବା ପରେ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ଉ କରାଯାଇଛି । ତା’ସହିତ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି । ସୂଚନା ଅନୁଯାୟୀ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଉକ୍ତ ଠିକାଦାରଙ୍କର ୧୮ ଲକ୍ଷ ଟଙ୍କାର ବିଲ୍ ପାସ୍ କରି ଦେବା ପାଇଁ ୨ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking