ଲଣ୍ଡନ : ଲଣ୍ଡନର ୱେମ୍ବଲିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ହାଇଦ୍ରାବାଦର ଜଣେ ୨୭ ବର୍ଷୀୟା ଛାତ୍ରୀଙ୍କୁ ବ୍ରାଜିଲର ଜଣେ ଯୁବକ ଛୁରି ଭୁସି ହକ୍ୟା କରିଛି । ମୃତ ଭାରତୀୟ ଯୁବତୀଙ୍କ ନାମ ତେଜସ୍ୱିନୀ ରେଡ୍ଡୀ ବୋଲି ଜଣାପଡ଼ିଛି । ତେଜସ୍ୱିନୀ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପାଇଁ ଗତ ବର୍ଷ ମାର୍ଚ୍ଚମାସରେ ଲଣ୍ଡନ ଯାଇଥିଲେ । ଲଣ୍ଡନର ମେଟ୍ରୋପଲିଟାନ୍ ପୁଲିସ କହିଛି, ଆହତ ହୋଇଥିବା ଆଉ ଜଣେ ୨୮ ବର୍ଷୀୟ ଛାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଛି । ତେଜସ୍ୱିନୀଙ୍କ ସମ୍ପର୍କୀୟ ଭାଇ ବିଜୟ କହିଛନ୍ତି ଯେ ତେଜସ୍ୱିନୀ ଲଣ୍ଡନର ୱେମ୍ବଲିର ନିଲ୍େଡ କ୍ରିସେଣ୍ଟ ଅଞ୍ଚଳରେ ଅନ୍ୟ କିଛି ଛାତ୍ରୀଙ୍କ ସହ ଭଡ଼ାରେ ରହୁଥିଲେ । ପ୍ରାୟ ସପ୍ତାହେ ତଳେ ଅଭିଯୁକ୍ତ ଯୁବକ ସେଠାକୁ ରହିବାକୁ ଆସିଥିଲା । ପୁଲିସ ଏହାର ତଦନ୍ତ ଜାରି ରଖିଛି । ତେବେ ବଚସା କାରଣରୁ ସଂପୃକ୍ତ ଯୁବକ ହତ୍ୟା କରିଥିବା ସଂଦେହ କରାଯାଉଛି । ପୁଲିସ ଉକ୍ତ ଯୁବକକୁ ଗିରଫ କରି ପଚରାଉଚୁରା କରୁଛି । ଏହି ଘଟଣାରେ ଆଉ ଜଣେ ଯୁବତୀ ଓ ଯୁବକକୁ ପୁଲିସ ଅଟକ ରଖିଥିଲା । ତେବେ ପରେ ଯୁବତୀକୁ ଛାଡ଼ି ଦିଆଯାଇଥିବାବେଳେ ଯୁବକକୁ ଗିରଫ କରାଯାଇଛି । ଫଳରେ ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୨ ଜଣଙ୍କୁ ଗିରଫ କରାଯାଇଛି ।