18.1 C
Bhubaneswar
Monday, December 16, 2024
Homeଦେଶ ବିଦେଶଜେଏନ୍‌ୟୁ ପାଚେରିରେ ବ୍ରାହ୍ମଣ, ବଣିଆ ବିରୋଧୀ ସ୍ଳୋଗାନ

ଜେଏନ୍‌ୟୁ ପାଚେରିରେ ବ୍ରାହ୍ମଣ, ବଣିଆ ବିରୋଧୀ ସ୍ଳୋଗାନ

ନୂଆଦିଲ୍ଲୀ : ଜବାହର ଲାଲ ନେହରୁ (ଜେଏନ୍‌ୟୁ) ୟୁନିସର୍ଭିଟି କ୍ୟାମ୍ପସ୍ ପାଚେରିରେ ବ୍ରାହ୍ମଣ ଏବଂ ବଣିଆଙ୍କ ବିରୋଧରେ ସ୍ଳୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ସ୍କୁଲ୍ ଅଫ୍ ଇଣ୍ଟରନାସ୍‌ନାଲ୍ ଷ୍ଟଡିଜ୍‌ର ପାଚେରିରେ ଲାଲ୍ ରଙ୍ଗରେ ‘ବ୍ରାହ୍ମଣ କ୍ୟାମ୍ପସ୍ ଛାଡ଼; ବ୍ରାହ୍ମଣ, ବଣିଆ ଆମେ ତୁମ ପାଇଁ ଆସୁଛୁ, ତୁମମାନଙ୍କ ଛଡ଼ାଯିବ ନାହିଁ, ଶାଖା ଫେରିଯାଅ…’ ପରି ଧମକଭରା ସ୍ଳୋଗାନ ଲେଖାଯାଇଛି । ୨୦୧୯ ନଭେମ୍ବରରେ ବାମପନ୍ଥୀମାନେ ଯେଉଁ ମହିଳା ପ୍ରଫେସରଙ୍କ ତିନିଦିନ ନିକ କବ୍‌ଜାରେ ରଖିଥିଲେ ତାଙ୍କ କ୍ୟାବିନ୍‌ର କବାଟରେ ମଧ୍ୟ ‘ଶାଖା ଫେରିଯାଅ’ ଲେଖାଯାଇଛି । ଏହି ସ୍ଳୋଗାନ ନଭେମ୍ବର ୩୦ ତାରିଖ ରାତିରେ ଲେଖାଯାଇଥିବା ବେଳେ ଏହି ଘଟଣାକୁ ନେଇ ଜେଏନ୍‌ୟୁ ପ୍ରଶାସନ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ । ଏହି ଲେଖାକୁ ନେଇ ଏବିଭିପି ଏବଂ ଆଇସା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏବିଭିପି ଏହାକୁ ନେଇ ଆଇସାକୁ ଟାର୍ଗେଟ୍ କରିଛି । ଏବିଭିପି ପକ୍ଷରୁ କୁହାଯାଇଛି ଖୋଲା ବିଚାରର ପ୍ରଫେସରଙ୍କୁ ଡରାଇବା ଉଦ୍ଦେଶ୍ୟରେ ବାମପନ୍ଥୀମାନେ ତାଙ୍କ ଚ୍ୟାମ୍ପର୍‌ରେ ଧମକପୂର୍ଣ୍ଣ ସ୍ଳୋଗାନ ଲେଖିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଏବିଭିପି ୟୁନିଭର୍ସିଟି ପ୍ରଶାସନ ନିକଟରେ ଦାବି କରିଛି । ଅନ୍ୟପକ୍ଷରେ ଆଇସା ସଦସ୍ୟ ତଥା ଜେଏନ୍‌ୟୁର ପୂର୍ବତନ ସଭାପତି ଏନ୍ ସାଇ ବାଲାଜୀ ଏହି ଅଭିଯୋଗକୁ ଖାରଜ କରିଦେଇଛନ୍ତି । ସେ କହିଛନ୍ତି, ଆମେ ଏପରି କିଛି କରିନାହୁଁ । ଏହା ଏବିଭିପିର କାମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking