28.1 C
Bhubaneswar
Monday, November 18, 2024
Homeକରୋନାମହାମାରୀକୁ ରୋକି ପାରିବନି ବୁଷ୍ଟର ଡୋଜ୍‌

ମହାମାରୀକୁ ରୋକି ପାରିବନି ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଯୋଗୁ ଦେଶରେ ସଂକ୍ରମଣ ହାର ଢେର ପରିମାଣରେ ବୃଦ୍ଧି ପାଇଛି । ଏହା ଆଗକୁ ବଢିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହି ନୂଆ ଭାରିଏଣ୍ଟ ସମସ୍ତ ଭାରତୀୟଙ୍କୁ ଆକ୍ରାନ୍ତ କରିବ । କରୋନା ଟିକାର ବୁଷ୍ଟର ଡୋଜ୍‌ (ପ୍ରିକସନ ଡୋଜ୍‌) ସଂକ୍ରମଣକୁ ରୋକିପାରିବ ନାହିଁ ବୋଲି ବରିଷ୍ଠ ବିଶେଷଜ୍ଞ ତଥା ଆଇଜିଏମ୍‌ଆରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମିଓଲୋଜିର ଅଧ୍ୟକ୍ଷ ଡାକ୍ତର ଜୟପ୍ରକାଶ ମୁଲିୟିଲ କହିଛନ୍ତି । ଓମିକ୍ରନ ଷ୍ଟ୍ରେନ୍‌ ନୂଆ ହୋଇଥିବାରୁ ବହୁ କମ୍‌ ଲକ୍ଷଣ ଦେଖା ଯାଉଥିବାବେଳେ କରୋନା ଆଉ ମାରାତ୍ମକ ରୋଗ ହୋଇନାହିଁ । ତେଣୁ ହସ୍ପିଟାଲରେ ବେଶି ସଂଖ୍ୟକ ସଂକ୍ରମିତ ଭର୍ତ୍ତି ହେଉନାହାନ୍ତି ।

ଓମିକ୍ରନ ଭାରିଏଣ୍ଟ ସହ ମାନବସମାଜକୁ ଲଢେଇ କରିବା ସହଜ ବୋଲି ଡାକ୍ତର ଜୟପ୍ରକାଶ ମୁଲିୟିଲ ସୂଚନା ଦେଇଛନ୍ତି । ସଂକ୍ରମିତ ହୋଇଥିବା ସତ୍ତେ୍ୱ ଅଧିକାଂଶ ଲୋକ ଏହାକୁ ଜାଣିପାରୁନଥିବା ସେ ସୂଚନା ଦେଇଛନ୍ତି । ମହାମାରୀର ପ୍ରାକୃତିକ ଗତିକୁ କୌଣସି ବୁଷ୍ଟର ଡୋଜ୍‌ କେବେ ହେଲେ ଅଟକାଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭାଇରସ ସଂକ୍ରମିତ ହାର ଦୁଇଦିନରେ ଦୁଇଗୁଣ ବୃଦ୍ଧି ପାଉଛି । ଟେଷ୍ଟ ଦ୍ୱାରା ଭାଇରସ ଚିହ୍ନଟ ହେବା ପୂର୍ବରୁ ଅନ୍ୟମାନେ ସଂକ୍ରମିତ ହେଉଛନ୍ତି । ତେଣୁ ଟେଷ୍ଟ କରିବା ପରେ ମଧ୍ୟ ଭାଇରସଠାରୁ ଆମେ ବହୁ ପଛରେ ରହୁଥିବା ସେ ପ୍ରକାଶ କରିଛନ୍ତି । ତେଣୁ ଏପରି ମହାମାରୀ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଲକ୍‌ଡାଉନ ସଂପର୍କରେ ମତ ଦେଇ ଡାକ୍ତର ଜୟପ୍ରକାଶ କହିଛନ୍ତି ଯେ ଦୀର୍ଘଦିନ ଧରି ତାଲାବନ୍ଦ ସମ୍ଭବ ନୁହେଁ ।

ଡେଲଟା ତୁଳନାରେ ଓମିକ୍ରନ ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ଏହା ବିଶେଷ କ୍ଷତି ପହଞ୍ଚାଇବ ନାହିଁ । କାରଣ ଭାରତରେ ଟିକା ଲଞ୍ଚ ହେବା ପୂର୍ବରୁ ପ୍ରାୟ ୮୫ ପ୍ରତିଶତ ଭାରତୀୟ କରୋନାରେ ସଂକ୍ରମିତ ହୋଇ ସାରିଥିଲେ । ତେବେ ଦେଶରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ଦୁଇଟି ଡୋଜ୍‌ ନେଲେ ମଧ୍ୟ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉନାହିଁ । ବିଶେଷକରି ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏହି ସ୍ଥିତି ଦେଖାଯାଉଛି । ଏହାର ଅର୍ଥ ଭାରତରେ ପ୍ରଥମ ଡୋଜ୍‌ ହିଁ ବୁଷ୍ଟର ଡୋଜ୍‌ ବୋଲି ଧରିବାକୁ ହେବ । କାରଣ ଅଜାଣତରେ ସଂକ୍ରମିତ ହୋଇ ଲୋକଙ୍କ ଶରୀରରେ ପୂର୍ବରୁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଥିଲା ବୋଲି ଡାକ୍ତର ଜୟପ୍ରକାଶ କରିଛନ୍ତି । ତେଣୁ ବୁଷ୍ଟର ଡୋଜ ସତ୍ତେ୍ୱ ସବୁ ଭାରତୀୟ ଓମିକ୍ରନ ପଞ୍ଝାରେ ପଡିବେ ବୋଲି ଏହି ବରିଷ୍ଠ ବିଶେଷଜ୍ଞ ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking