30.1 C
Bhubaneswar
Sunday, June 16, 2024
Homeଅପରାଧବୋରିଗୁମ୍ମା ହନୁମାନ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବୋରିଗୁମ୍ମା ହନୁମାନ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବୋରିଗୁମ୍ମା : ଠାକୁରଙ୍କ ବି ଛାଡ଼ୁନାହାନ୍ତି ଦୁର୍ବୁତ୍ତ ।ହନୁମାନ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରେ । ସୋମବାର ସକାଳୁ ମନ୍ଦିର ମୁଖ୍ୟ ପୂଜକ ନୀତିକାନ୍ତି ପାଇଁ ଆସି ଦ୍ୱାର ଖୋଲିଥିଲେ । ଏହାପରେ ସେ ଦେଖିଥିଲେ କି ମନ୍ଦିର ଘଣ୍ଟି ନାହିଁ । ପରେ ସେ ମନ୍ଦିର ଭିତରକୁ ଗଲା ବେଳକୁ ରାମ ଲକ୍ଷଣ ଏବଂ ସୀତା ମୂର୍ତ୍ତିରେ ଥିବା ରୁପା ମୁକୁଟ ନଥିଲା । ଏଥିସହ ମନ୍ଦିର ଆସବାବପତ୍ର ଏଣେ ତେଣେ ହୋଇ ପଡିଥିଲା । ଚୋରି ହୋଇଥିବା ଜାଣିବାକୁ ପାଇ ପୂଜକ ସଙ୍ଗେ ସଙ୍ଗେ ମନ୍ଦିର କମିଟିଙ୍କୁ ଖବର ଜଣାଇଥିଲେ । ଏନେଇ କମିଟି ଏବଂ ପୂଜକ ମିଶି ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking