29.1 C
Bhubaneswar
Sunday, February 15, 2026
Homeଓଡିଶାନୂଆପଡା କୋମନା ବ୍ଲକର ସିଲଭାରେ ବୁଥ କର୍ମୀ ସମ୍ମିଳନୀ

ନୂଆପଡା କୋମନା ବ୍ଲକର ସିଲଭାରେ ବୁଥ କର୍ମୀ ସମ୍ମିଳନୀ

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ବିଜେପି ର ନିର୍ବାଚନୀ ପ୍ରଚାର ଜୋର୍ ସୋର୍ ରେ ଚାଲିଛି। ସହରାଞ୍ଚଳ ରୁ ଗ୍ରାମାଞ୍ଚଳ, ଜିଲ୍ଲା କାର୍ଯ୍ୟାଳୟ ରୁ ବୁଥ ଯାଏଁ ସବୁଆଡେ ରାଜନୈତିକ ନେତାଙ୍କ ଚଳଚଞ୍ଚଳତା ବୃଦ୍ଧି ପାଇବାରେ ଲାଗିଛି ।ଏହି ମର୍ମରେ ଆଜି ନୁଆପଡ଼ା କୋମନା ବ୍ଲକର ସିଲଭା ବୁଥ କର୍ମୀ ସମ୍ମିଳନୀ ହୋଇଯାଇଅଛି । ଏଥିରେ ବୁଥ ସ୍ତରୀୟ ପଦାଧିକାରୀ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ । ଓଡ଼ିଶା ସରକାର ଙ୍କ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ରହି କର୍ମୀ ଙ୍କ ମଧ୍ୟରେ ବିଜୟ ମନ୍ତ୍ର ଫୁଙ୍କି ଥିଲେ ।ମୋଦୀଜି ଙ୍କ ୧୧ ବର୍ଷ ଓ ମୋହନ ଚରଣ ମାଝୀଙ୍କର ୧୭ ମାସର ର ନିଷ୍କକଳଙ୍କ ଶାସନ ଓ ବିକାଶ ର ମାପକାଠି ହିଁ ପ୍ରମାଣିତ କହୁଛି ଯେ ବିଜେପି ହିଁ ବିକାଶ କରିବ। ଏଣୁ ନୂଆପଡ଼ା ର ବିକାଶ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରେଇ ନୂଆପଡ଼ା କୁ ଏକ ବିକଶିତ ଓ ସମୃଦ୍ଧ ଜିଲ୍ଲା ରେ ପରିଗଣିତ କରନ୍ତୁ । ଏହି ବାର୍ତ୍ତା ନେଇ ଲୋକଙ୍କ ପାଖ କୁ ଯାଇ ଭୋଟ ଭିକ୍ଷା କରିବା ପାଇଁ ମନ୍ତ୍ରୀ ଶ୍ରୀ ନାଏକ ଆହ୍ଵାନ ଦେଇଥିଲେ ।ଆଜି ର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ସୁବାଷ ପାଣିଗ୍ରାହୀ ଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking