27.1 C
Bhubaneswar
Sunday, September 29, 2024
Homeଓଡିଶାବୁଷ୍ଟର ଡୋଜ୍ ଆରମ୍ଭ, ୭ ଲକ୍ଷ ଟାର୍ଗେଟ୍

ବୁଷ୍ଟର ଡୋଜ୍ ଆରମ୍ଭ, ୭ ଲକ୍ଷ ଟାର୍ଗେଟ୍

ବ୍ରହ୍ମପୁର: ତୃତୀୟ ଲହରରେ ୬୦ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ଏବଂ ବହୁବିଧ ବ୍ୟାଧିରେ ଆକ୍ରାନ୍ତଙ୍କୁ ଆଜି ଠାରୁ ବୁଷ୍ଟର ଡୋଜ ଦିଆଯିବା କାର୍ଯ୍ରକ୍ରମ ଆରମ୍ଭ ହୋଇଛି । ଜିଲ୍ଳା ସ୍ତରରେ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଛଳରେ ଏହି ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଟିକା ପ୍ରଦନା କେନ୍ଦ୍ରରେ ବରିଷ୍ଠ ମାନଙ୍କୁ ଟିକା ପ୍ରଦାନ କରାଯାଇଛି । ସୁଚନା ଯୋଗ୍ୟ ଯେ ଜିଲ୍ଳାରେ ଏହି ବର୍ଗର ପ୍ରାୟ ୭ ଲକ୍ଷ ବରିଷ୍ଠ ନାଗରିକ ଟିକା ଗ୍ରହଣ କରିବା ପାଇଁ ଚିହ୍ନଟ ହୋଇଛନ୍ତି । ଆଜି ସେମାନଙ୍କ ମଧ୍ୟରୁ କେତେକଙ୍କୁ ଟିକା ଦିଆଯାଇଛି । ପକାଶ ଯୋଗ୍ୟ ଯେ ସଂପ୍ରତି ଟିକା ଗ୍ରହଣ କେନ୍ଦ୍ରରେ ପୁର୍ବରୁ ସାଧାରଣ ବର୍ଗଙ୍କ ଟିକା ଚାଲିଥିôଲା । ଚଳିତ ମାସ ୫ ତାରିଖରୁ ୧୫ ବର୍ଷ ବୟସରୁ ୧୮ ବର୍ଷ ବୟସର କିଶୋର, କିଶୋରୀଙ୍କୁ ମଧ୍ୟ ଟିକା ଦିଆଯାଉଛି । ସେମାନଙ୍କୁ ଟିକା ଦେବା ବେଳେ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଉଛି ।

ଏବେ ବରିଷ୍ଠ ,ବହୁବିଧ ବ୍ୟାଧିରେ ଆକ୍ରାନ୍ତ ବୁଷ୍ଟର ଡୋଜ ପାଇଁ ଆସୁଛନ୍ତି । ଏହି ସମସ୍ତ ବର୍ଗଙ୍କୁ ଟିକା ସୁରୁଖୁରରେ ପ୍ରଦନା କରିବାକୁ ସଂପୂର୍ଣ୍ଣ ଭାବେ ଉଦ୍ୟମ କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଜିଲ୍ଳାରେ ପ୍ରଥମ ଡୋଜ ପାଇଁ ରହିଥିବା ମୋଟ ଟାର୍ଗେଟ ୨୭,୨୨,୯୦୬ ମଧ୍ୟରୁ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ନେଇ ସାରିଲେଣି । ସେହିଭଳି ଦ୍ୱିତୀୟ ଡୋଜର ଟାର୍ଗେଟ ୨୧,୩୫,୮୮୧ ମଧ୍ୟରୁ ପ୍ରାୟ ୭୫ ପ୍ରତିଶତ ଲୋକ ଟିକା ନେଇ ସାରିଲେଣି । କିନ୍ତୁ ଏଯାବତ ଆହୁରି କିଛି ପ୍ରତିଶତ ବ୍ୟକ୍ତି ଟିକା ନେବାରେ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସେମାନେ ଯଦି ଜିଲ୍ଲାରେ ଉପସ୍ଥିତ ଅଛନ୍ତି ତାହେଲେ ନିଜର ନାଗରିକ ଦାୟିତ୍ୱକୁ ମନେ ପକାଇ ଟିକା ନେଇନିଅନ୍ତୁ ବୋଲି ଅନୁରୋଧ କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଳାର ପ୍ରାୟ ୬ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ଦିପାବଳୀ ପରେ ଦେଶର ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ସେମାନେ ବର୍ଷର ବିଭିନ୍ନ ସମୟରେ ଘରକୁ ଫେରିଥାନ୍ତି । ଏଭଳି ସ୍ଥିତିରେ ସେମାନେ ଟିକା ଗ୍ରହଣ ନକରିଥିଲେ ସଂକ୍ରମଣର କାରଣ ହୋଇପାରନ୍ତି ବୋଲି ସ୍‌ôାସ୍ଥ୍ୟ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଏଥି ପ୍ରତି ଗ୍ରାମାଞ୍ଜଳର ଆଶା,ଅଙ୍ଗନବାଡି କର୍ମୀ ମାନେ ଦୃଷ୍ଟି ଦେବା ଉଚିତ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking