ମୁମ୍ବାଇ : ଫିଲ୍ମ ପ୍ରଯୋଜକ ବୋନି କପୁର ନିକଟରେ ସାଇବର ଠକେଇର ଶିକାର ହୋଇଛନ୍ତି । କ୍ରେଡିଟ୍ କାର୍ଡ ଜରିଆରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ପ୍ରାୟ ୪ ଲକ୍ଷ ଟଙ୍କା ଚୋରି ହୋଇଛି । ଆଇଟି ଆକ୍ଟ ଅନୁସାରେ ମୁମ୍ବାଇର ଅମ୍ବୋଲି ଥାନାରେ ବୁଧବାର ଏ ନେଇ ମାମଲା ରୁଜୁ ହୋଇଛି ।
ରିପୋର୍ଟ ମୁତାବକ, ଫେବ୍ରୁଆରୀ ୯ ତାରିଖରେ ୫ଟି ଜାଲ୍ କାରବାର ଜରିଆରେ ତାଙ୍କ ଆକାଉଣ୍ଟରୁ ୩.୮୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ କ୍ରେଡିଟ୍ କାର୍ଡର ବିଲ୍ ପଇଠ କରିବା ଲାଗି ଫୋନ୍ ଆସିଥିଲା । ଏ ସଂପର୍କରେ ଜାଣିବା ପରେ ସେ ବ୍ୟାଙ୍କ୍କୁ ପଚରାଉଚରା କରିଥିଲେ । ପରେ ପୁଲିସରେ ଅଭିଯୋଗ କରିଛନ୍ତି । ବୋନିଙ୍କ କାର୍ଡରୁ ଗୁରୁଗ୍ରାମର ଏକ କଂପାନି ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି ।