ନୂଆଦିଲ୍ଲୀ: ବମ୍ବେ ଓ ମାଡ୍ରାସ ହାଇକୋର୍ଟରେ ବିଚାରପତିଭାବେ ନିଯୁକ୍ତି ପାଇବାକୁ ସୁପ୍ରିମକୋର୍ଟ କଲେଜିୟମ ବୁଧବାର ୧୬ ଜଣ ଆଇନଜୀବୀଙ୍କ ନାମ ସୁପାରିସ କରିଛି । ତଦନୁଯାୟୀ ଏନ୍.ମାଲା, ସୁନ୍ଦର ମୋହନ, କେ.କୁମାରେଶ ବାବୁ, ଏସ୍.ସୌନ୍ଥର, ଅବଦୁଲ ଘନି ଅବଦୁଲ ହମିଦ ଏବଂ ଜନ୍ ସାଥିୟାନ୍ଙ୍କୁ ମାଡ୍ରାସ ହାଇକୋର୍ଟ ପାଇଁ ଏବଂ କିଶୋର ଚନ୍ଦକ୍ରାନ୍ତ ସନ୍ଥ୍, ବାଲ୍ମିକୀ ଜେନିଜେସ୍, କମଲ ରଶ୍ମୀ ଖତା, ଶର୍ମିଲା ଦେଶମୁଖ୍, ଅରୁଣ ରାମନାଥ ପେଦ୍ନେକର, ସନ୍ଦୀପ ମାର୍ନେ, ଗୌରୀ ବିନୋଦ ଗଡ୍ସେ, ରାଜେଶ ସାନ୍ତରାମ ପାଟିଲ, ଅରିଫ୍ ଡକ୍ଟର ଏବଂ ସୋମଶେଖର ସୁଦର୍ଶନଙ୍କୁ ବମ୍ବେ ହାଇକୋର୍ଟରେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି ।
ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି.ରମନା, ଜଷ୍ଟିସ ୟୁ.ୟୁ.ଲଳିତ ଏବଂ ଜଷ୍ଟିସ ଏ.ଏମ୍.ଖାନ୍ୱିଲକରଙ୍କୁ ନେଇ କଲେଜିୟମ ଗଠିତ ହୋଇଛି ।