27.1 C
Bhubaneswar
Wednesday, March 11, 2026
Homeଓଡିଶାସ୍କୁଲକୁ ପୁଣିଥରେ ବୋମା ଧମକ

ସ୍କୁଲକୁ ପୁଣିଥରେ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସ୍କୁଲକୁ ପୁଣିଥରେ ବୋମା ଧମକ ମିଳିଛି। ଖବର ମିଳିବା ପରେ ବୋମା ନିଷ୍କ୍ରିୟ ଟିମ, ଅଗ୍ନିଶମ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ଘଟଣା ସ୍ଥରେ ପହଂଚି ଯାଞ୍ଚ କରୁଛନ୍ତି ।ନୋଏଡାର ଶିବ ନାଦର ସ୍କୁଲ ଏବଂ ଦିଲ୍ଲୀର ପାଣ୍ଡବ ନଗର ସ୍ଥିତ ଅଲକୋହନ ଇଣ୍ଟରନ୍ୟାସନାଲ ସ୍କୁଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ କୌଣସି ସ୍କୁଲରୁ ସନ୍ଦେହଜନକ ବସ୍ତୁ ମିଳିନାହିଁ । ଏନେଇ ସ୍କୁଲ କର୍ତ୍ତ୍‌ପକ୍ଷ ପିଲାଙ୍କ ପରିଜନଙ୍କୁ ମେସେଜ ପଠାଇଥିଲେ ଏବଂ ସ୍କୁଲକୁ ବନ୍ଦ କରିଥିଲେ।ସୂଚନା ଅନୁଯାୟୀ, ଆଜି ସକାଳେ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ କାରଣ ଯୋଗୁଁ ସ୍କୁଲ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି । ଆଗାମୀ ନିର୍ଦ୍ଦେଶ ପରେ ସ୍କୁଲ ଖୋଲଯିବ । ସେପଟେ ସାଇବର ଟିମ୍ ଏହି ଧମକପୂର୍ଣ୍ଣ ଇମେଲ୍ କେଉଁଠୁ ଆସିଛି ଏବଂ କିଏ ପଠାଇଛି, ତାହା ମଧ୍ୟ ଯାଞ୍ଚ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking