ବଲାଙ୍ଗିର : ଭୀମ ଭୋଇ ମେଡିକାଲ କୋଭୀଡ ଆସିୟୁର ଏକ ଭିଡିଓ ଭାଇରାଲ ହୋଇଛି । ଯାହା ବଲାଙ୍ଗିରରେ କରୋନା ସ୍ୱାସ୍ଥ୍ୟବସ୍ଥାର ନଗ୍ନ ନମୂନା ପ୍ରସ୍ତୁତ କରିଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଅବସ୍ଥିତ କୋଭିଡ ଆଇସିୟୁରେ ରୋଗୀଙ୍କ ବ୍ୟାଡ ପାଖରେ ଡାକ୍ତର, ନର୍ସ, ଆଟେଣ୍ଡେନ୍ଟ କେହି ନଥିବା ବେଳେ ରୋଗୀଙ୍କ ପରିଜନ ରୋଗୀଙ୍କୁ କିପରି ନିଜେ ଅକ୍ସିଜେନ ଦେବା ପାଇଁ ବାଧ୍ୟ ହେଉଛନ୍ତି ତାହା ଏହି ଭିଡିଓ ରେ ସ୍ପଷ୍ଟ ଜଣା ପଡୁଛି । ପରିଜନମାନେ ଏହାକୁ ନେଇ ଅଭିଯୋଗ କଲେ ଜିଲ୍ଲା ପୋଲିସ ପ୍ରଶାସନ ଗିରଫର ଧମକ ଦେଉଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୨୦ ବେଡ ଆଇସିୟୁ ଏଚଡିୟୁ ରହିଛି । ଏହି ଆଇସିୟୁରେ ୨୦ ବେଡ ପାଇଁ ମାତ୍ର ଦୁଇ ଜଣ ଆଟେଣ୍ଡେନ୍ଟ ନିୟୋଜିତ କରାଯାଇଛି । ୧୦ ଜଣ ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡେନ୍ଟ ।
ଫଳରେ ରୋଗୀଙ୍କ ପରିଜନ ଆଇସିୟୁ ଭୀତରକୁ ଯାଇ ରୋଗୀଙ୍କ ଦେଖାରେଖା କରିବାକୁ ବାଧ୍ୟ ହେଉଛନ୍ତି । ଏପରିକି ରୋଗିଙ୍କ ଅକ୍ସିଜେନ ସରିଗଲେ ନିଜେ ଅକ୍ସିଜେନ ସିଲିଣ୍ଡର ଆଣି ରୋଗୀକୁ ଦେବାକୁ ବାଧ୍ୟ ହେଉଛନ୍ତି । ଗତକାଲି ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହୋ ହଲ୍ଲା ପରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ବଲାଙ୍ଗିର ଆରକ୍ଷୀ ଅଧିକକ୍ଷଙ୍କ ସମେତ ଏକ ଦଳ ଡାକ୍ତରକାନା ପହଞ୍ଚି ସ୍ଥିତିର ତଦାରଖ କରିଥିଲେ । ଏହି ସମୟରେ ପରିଜନ ମାନେ ଆଇସିୟୁର ଅବସ୍ଥା ଉପରେ ଅଭିଯୋଗ କରିବାରୁ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ପୋଲିସ ପ୍ରଶାସନ ମୁହଁ ବନ୍ଦ କର ନହେଲେ ଗିରଫ କରିବାକୁ ଧମକ ଦେଇଥିବା ପରିଜନମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଆଟେଣ୍ଡେନ୍ଟ ମାନଙ୍କ ଦରମା ବଢାଇବା ଦାବୀରେ ସେମାନେ ଗତକାଲି କାମ ବନ୍ଦ କରିଥିବା କୁହାଯାଉଛି । ଜିଲ୍ଲାପାଳ ଯାଇ ବୁଝା ସୁଝା କରିବା ପରେ ସେମାନେ କାମ ଆରମ୍ଭ କରିଛନ୍ତି ବୋଲି ଡାକ୍ତରକାନା କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।