କେରଳ: କେରଳର ମାଲାପୁରାମ ଜିଲ୍ଲାର ତନୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । କିଛି ଯାତ୍ରୀଙ୍କୁ ନେଇ ବୁଲିବାକୁ ଯାଇଥିବା ଡଙ୍ଗା ଓଲଟି ପଡ଼ିବାରୁ ୨୨ଜଣଙ୍କର ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ବା ଯାତ୍ରୀମାନଙ୍କ ମଧ୍ୟରେ ୭ଜଣ ପିଲା ଅଛନ୍ତି। ତେବେ, ଡଙ୍ଗାରେ କେତେଜଣ ଥିଲେ ସନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ଏନଡିଆରଏଫ ଦ୍ବାରା ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହି ବୋଲି ରିଜିଓନାଲ୍ ଫାୟାର୍ ରେଞ୍ଜ୍ ଅଫିସର୍ ଶିଜୁ କେକେ ସୂଚନା ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି । ସପଟେ, ନଦୀରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ କେରଳର ମାଲପୁରାମ୍ ଅନ୍ତର୍ଗତ ତନୁର୍ ଅଞ୍ଚଳର ତୁବାଲତିରମ୍ ବେଳାଭୂମି ନିକଟରେ ପ୍ରାୟ ୨୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ଓଲଟିପଡ଼ି ବୁଡ଼ିଯିବାରୁ ଏହି ଅଘଟଣ ଘଟିଥିଲା । ଖବର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଥିଲା । ଗତକାଲି ୧୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଜି ପାଣି ଭିତରୁ ଆଉ ୭ଟି ମୃତଦେହ ଉଦ୍ଧାର କରାଯାଇଛି। ଏ-ପର୍ଯ୍ୟନ୍ତ, ମୋଟ ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ରିଜିଓନାଲ୍ ଫାୟାର୍ ରେଞ୍ଜ୍ ଅଫିସର୍ ଶିଜୁ କେକେ । ସେ କହିଛନ୍ତି,ଏ-ପର୍ଯ୍ୟନ୍ତ ଆମେ ୨୨ଟି ମୃତଦେହ ଉଦ୍ଧାର କରିଛୁ । ଡଙ୍ଗାରେ ଠିକ୍ କେତେ ସଂଖ୍ୟକ ଲୋକ ଥିଲେ ଆମେ ଜାଣିନାହୁଁ ।
ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସେ କହିଛନ୍ତି। ସେପଟେ ଆହତଙ୍କୁ ନଦୀରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜରୁରୀକାଳୀନ ବୈଠକ ଡକାଇ ଆହତମାନଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବା ଓ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି କେରଳ ସରକାର।