18.1 C
Bhubaneswar
Saturday, November 23, 2024
Homeଓଡିଶାଓଟିଇଟି ପ୍ରଶ୍ନ ଓ ଫଳ ପ୍ରକାଶର ବିଭ୍ରାଟକୁ ବିରୋଧ କରି ବୋର୍ଡ କାର୍ଯ୍ୟାଳୟ ଘେରାଉ ନିଷ୍ପତି

ଓଟିଇଟି ପ୍ରଶ୍ନ ଓ ଫଳ ପ୍ରକାଶର ବିଭ୍ରାଟକୁ ବିରୋଧ କରି ବୋର୍ଡ କାର୍ଯ୍ୟାଳୟ ଘେରାଉ ନିଷ୍ପତି

ଭୁବନେଶ୍ୱର : ରାଜ୍ୟ ସରକାର ଓଟିଇଟି ପରୀକ୍ଷା ନିୟନ୍ତ୍ରଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ଷକୁ ୨ଥର ଓଟିଇଟି ପରୀକ୍ଷା ହେବାକୁ ନିୟମ ଥିବାବେଳେ ପରୀକ୍ଷା କେବେ ହେଉଛି ତାହାର କୌଣସି ନିର୍ଦ୍ଧିଷ୍ଟତା ନାହିଁ । ଏପଟେ ରାଜ୍ୟରେ ଗଣଶିକ୍ଷକ, ଶିକ୍ଷା ସହାୟକମାନେ ଓଟିଇଟି ଯୋଗ୍ୟତା ହାସଲ କଲେ ନିୟମିତ ଶିକ୍ଷକ ହେବା ପାଇଁ ନିର୍ଦ୍ଧେଶ ଥିବାରୁ ସେମାନେ ନିୟମିତ ହେବାରୁ ବଂଚିତ ହୋଇଛନ୍ତି । ଓଟିଇଟି ପରୀକ୍ଷାର କୌଣସି ନିର୍ଦ୍ଧିଷ୍ଟତା ନଥିବା ବେଳେ ଦୀର୍ଘ ଦୁଇବର୍ଷ ବ୍ୟବଧାନରେ ଗତ ୧୬.୦୧.୨୦୧୯ରିଖରେ ଓଟିଇଟି ପରୀକ୍ଷା ହୋଇଥିଲା । ସେହି ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ଆଳ ଦେଖାଇ ବୋର୍ଡ କର୍ତୃପକ୍ଷ ବିନା ତଦନ୍ତ ଓ ପ୍ରମାଣରେ ବାତିଲ୍ କରିଥିଲେ । ଫଳରେ ୨୨୫୧୨ ପରୀକ୍ଷାର୍ଥୀ ହତାସ ହୋଇଥିଲେ । କିଏ ଭାଇରାଲ କଲା, କେଉଁଠୁ ଭାଇରାଲ ହେଲା ଅଦ୍ୟାବଧି ପ୍ରମାଣିତ ହୋଇନାହିଁ । ପ୍ରକୃତ ଦୋଷୀଙ୍କୁ ଧରାନଯାଇ ୨୨୫୧୨ ପରୀକ୍ଷାର୍ଥୀଙ୍କୁ ଏକତରଫା ନିଷ୍ପତିରେ ମନଇଚ୍ଛା ଦଣ୍ଡିତ କରାଗଲା । ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପୂର୍ବରୁ ଦୀର୍ଘଦିନ ପ୍ରସ୍ତୁତି ହୋଇଥାଏ । ପରୀକ୍ଷାର ବିଧିବ୍ୟବସ୍ଥା ଅନୁଯାୟୀ ଅତିବେଶୀରେ ଏକମାସ ମଧ୍ୟରେ ପୁନଃ ପରୀକ୍ଷା କରିବା କଥା । କିନ୍ତୁ ବୋର୍ଡ ତାହା ନ କରି ଆଠମାସ ବିଳମ୍ବରେ ଗତ ୦୫.୦୮.୨୦୧୯ରିଖ ଠାରୁ ଦିନକୁ ତିନି ପର‌୍ୟ୍ୟାୟରେ ଓଟିଇଟି ପରୀକ୍ଷା କଲେ ।
ବାହାର ରାଜ୍ୟର ସଂସ୍ଥାକୁ ଟେଣ୍ଡର ଦେଇ ବୋର୍ଡ କର୍ତୃପକ୍ଷ ହାତ ବାନ୍ଧି ବସିଲେ । ପରୀକ୍ଷାର୍ଥୀମାନେ ଓଡ଼ିଆ ଭାଷା ଚୟନ କରିଥିବା ବେଳେ ପ୍ରଶ୍ନପତ୍ରରେ ଭାଷାର ସାମଞ୍ଜସ୍ୟତା ରହୁନଥିବା ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ସହିତ ଯେଉଁ ଭାଷାରେ ଅନୁବାଦ କରାଯାଇଛି ତାହା ମାତୃଭାଷା ନହୋଇ ତେଲୁଗୁ, ବଙ୍ଗାଳୀ ଭଳି ମନେ ହେଉଛି । ଯାହାଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରଶ୍ନକୁ ସଠିକ ଭାବରେ ବୁଝିବାରେ ଅସହାୟତା ପ୍ରକାଶ କରିଛନ୍ତି । ବିଭାଗରେ କାର‌୍ୟ୍ୟ କରୁଥିବା ପ୍ରାୟ ୪୫ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କ କମ୍ପ୍ୟୁଟରରେ ଜ୍ଞାନ ନଥିବା ବେଳେ ଚଳିତ ବର୍ଷର ଅନଲାଇନରେ ଓଟିଇଟି ପରୀକ୍ଷାର୍ଥୀମାନଙ୍କ ମାନସିକସ୍ତରରେ ଆଘାତ ସୃଷ୍ଟି କରିଛି । ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ବାହାର ଜିଲ୍ଲାକୁ ଯିବାକୁ ପଡ଼ିଛି ।
ଏହା ବୋଡ କର୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁଁ ହଜାର ହଜାର ପରୀକ୍ଷାର୍ଥୀ ସମସ୍ୟା ଭୋଗିଛନ୍ତି । ଓଟିଇଟି ପରୀକ୍ଷାକୁ ସ୍ୱଚ୍ଛତା କରିବା ଆଳରେ ଅନଲାଇନରେ ପରୀକ୍ଷା କରାଗଲା କିନ୍ତୁ ତାହା ମଧ୍ୟ ଭାଇରାଲ୍ ହେଲା । ବୋର୍ଡ କର୍ତୃପକ୍ଷ ଅନଲାଇନରେ ପ୍ରଶ୍ନର ଭାଇରାଲକୁ ସ୍ୱୀକାର କରିଛନ୍ତି । ଅପରାଧୀ ଧରାପଡ଼ିବା କଥା ବୋଡ କର୍ତୃପକ୍ଷ ସୂଚନା ଦେଇଛନ୍ତି । କିନ୍ତୁ ୧୬.୧.୨୦୧୯ରିଖରେ ହୋଇଥିବା ଭାଇରାଲରେ ପ୍ରମାଣ ନାହିଁ ଦୋଷୀକୁ ଦଣ୍ଡ ଦିଆଯାଇନାହିଁ । କିନ୍ତୁ ପରୀକ୍ଷା ସରିବାର ୨ ଘଂଟା ପରେ ପରୀକ୍ଷାକୁ ବାତିଲ୍ କରାଗଲା । ଫଳରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା ।
ପୁନର୍ବାର ଗତ ତା ୫.୮.୨୦୧୯ରୁ ୧୮.୮.୨୦୧୯ରିଖ ପର‌୍ୟ୍ୟନ୍ତ ଯେଉଁ ଅନଲାଇନରେ ପରୀକ୍ଷା ହୋଇଥିଲା ସେଥିରେ ବ୍ୟାପକ ତ୍ରୁଟି ଥିବାର ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା । ଏହାକୁ ସେତେବେଳେ ମହାସଂଘ ତରଫରୁ ବୋଡ ଏବଂ ରାଜ୍ୟ ସରକାରଙ୍କଠାରେ ଦାବୀ ଉପସ୍ଥାପନ କରାଯାଇଥିଲା । ମହାସଂଘ ଏବଂ ପରୀକ୍ଷାର୍ଥୀଙ୍କ ତରଫରୁ ହୋଇଥିବା ଅଭିଯୋଗକୁ ଭ୍ରୁକ୍ଷେପ ନ କରି ବୋଡ କର୍ତୃପକ୍ଷ ୫.୧୦.୨୦୧୯ରିଖରେ ଉତ୍ତର ନମୂନା ବୋଡ ୱେବସାଇଟ ପ୍ରକାଶିତ କଲେ । ସେଥିରେ ମୂଳ ପ୍ରଶ୍ନପତ୍ରକୁ ସଂଶୋଧିତ କରି ଛଡ଼ାଯାଇଥିବାର ସୂଚନା ମିଳିବା ସହିତ ଉତରରେ ଅନେକ ତ୍ରୁଟି ଦେଖା ଦେଇଥିଲା । ଏହିସବୁ ସମସ୍ୟାକୁ ବିରୋଧ କରି ଗତ ତା ୧୪.୧୦.୨୦୧୯ ରିଖରେ ବୋଡ କାର‌୍ୟ୍ୟାଳୟ ଘେରାଉ କରାଯାଇଥିଲା ।
ଏହା ପରେ ଗତ ୨୧.୧୦.୨୦୧୯ରିଖରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଟିଇଟି ସମ୍ପର୍କିତ ଏକ ବୈଠକ ବସିଥିଲା । ଖୁବ୍ ଶୀଘ୍ର ଏ ବାବଦରେ ନିଷ୍ପତି ନେବାକୁ ବୈଠକରେ ଆଲୋଚନା ହୋଇ ବୋଡର଼୍ କର୍ତୃପକ୍ଷଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା । ବର୍ତମାନ ଯେଉଁ ଫଳ ପ୍ରକାଶ ପାଇଛି, କାହାକୁ କେତେ ମାର୍କ ଦେଇଛନ୍ତି ତାହାର କୌଣସି ସଠିକତା ନାହିଁ । ଏହା କେଉଁ ନିୟମରେ ହେଲା ତାହା ସନ୍ଦେହ ହେଉଅଛି । ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିରପେକ୍ଷ ପରୀକ୍ଷା ଫଳ ପ୍ରକାଶ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗତ ୨୮.୧୨.୨୦୧୯ରିଖ ସୁଦ୍ଧା ମହାସଂଘ ସହିତ ଆଲୋଚନା କରି ସମାଧାନ କରିବା ପାଇଁ ଜଣାଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ କୌଣସି ସୂଚନା ମିଳିଲା ନାହିଁ । ଏଣୁ ଆସନ୍ତା ୧୪.୦୧.୨୦୨୦ରିଖ ଦିନ ବୋଡ କାର‌୍ୟ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯିବାକୁ ସଂଘ ତରଫରୁ ନିଷ୍ପତି ନିଆଗଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking