40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜଳିଗଲା ବସ୍ : ୧୨ ଗୁରୁତର

ଜଳିଗଲା ବସ୍ : ୧୨ ଗୁରୁତର

ଶ୍ରୀକାକୁଲମ : ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ପାଇଦି ଭୀମାଭରମ୍ ନିକଟରେ ରବିବାର ସକାଳେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହା ପରେ ରାସ୍ତା ଉପରେ ଜଳି ଯାଇଛି ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଉତରାଖଣ୍ଡରୁ ବିଶାଖାପାଟଣା ଅଭିମୁଖେ ଆସୁଥିବା ‘ଶ୍ୟାମକ୍ରିଷ୍ଣନ୍ ଟ୍ରାଭେଲର୍’ ନାମକ ଏକ ଘରୋଇ ଟୁରିଷ୍ଟ ବସ୍ ରବିବାର ସକାଳେ ପାଇଦି ଭୀମାଭରମ୍ ନିକଟରେ ଅନ୍ୟ ଏକ ଟୁରିଷ୍ଟ ବସ୍ କୁ ଓଭରଟେକ୍ କରୁଥିବା ବେଳେ ଆଗରେ ଯାଉଥିବା ଏମୋନିଆ ଗ୍ୟାସ୍ ବୋଝେଇ ଟ୍ରକ୍ ପଛରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟୁରିଷ୍ଟ ବସରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଆଖି ପିଛୁଳାକେ ବସ୍ ଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା । ହେଲେ ସୌଭାଗ୍ୟବଶତଃ ବସ୍ ରେ ଯାତ୍ରା କରୁଥିବା ୪୫ ଯାତ୍ରୀ ମୃତ୍ୟୁମୁଖରୁ ଅଳ୍ପକେ ବର୍ତି ଯାଇଛନ୍ତି । ଦୁର୍ଘଟଣାରେ ଆହତ ମୋଟ୍ ୧୭ ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଦୁର୍ଘଟଣା ପରେ ଟ୍ରକ୍ ଟି ଓଲଟି ପଡିବାରୁ ଏହାର ଡ଼୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଦୁଇଟି ଦମକଳ ଗାଡି ସହିତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳକୁ ବସ୍ ରେ ଯାତ୍ରୀଙ୍କ ରହିଥିବା ସମସ୍ତ ଜିନିଷପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking