17.1 C
Bhubaneswar
Monday, November 18, 2024
Homeପୌର ନିର୍ବାଚନବିଏମ୍‌ସି ନିର୍ବାଚନ : ପ୍ରାର୍ଥପତ୍ର ପ୍ରତ୍ୟାହାର କଲେ ୮ ପ୍ରାର୍ଥୀ

ବିଏମ୍‌ସି ନିର୍ବାଚନ : ପ୍ରାର୍ଥପତ୍ର ପ୍ରତ୍ୟାହାର କଲେ ୮ ପ୍ରାର୍ଥୀ

ଭୁବନେଶ୍ୱର:  ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ନେଇ କର୍ପୋରେଟର ପଦବୀ ପାଇଁ ମୋଟ୍ ୩୪୨ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିବା ନେଇ ଗୁରୁବାର ବିଧିବଦ୍ଧ ଭାବେ ତାଲିକା ପ୍ରକାଶ ପାଇଥିବାବେଳେ ଶୁକ୍ରବାର ୮ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହି କ୍ରମରେ ସ୍ୱାଧୀନରୁ ୬ ଜଣ, କଂଗ୍ରେସରୁ ଜଣେ  ଏବଂ ଅନ୍ୟ ଜଣେ ଆମ୍ ଆଦାମୀ ପାର୍ଟିରୁ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଫଳରେ ପ୍ରାର୍ଥୀଙ୍କ ସଂଖ୍ୟା ୩୩୪କୁ ହ୍ରାସ ପାଇଛି । ୱାର୍ଡ଼-୭ରୁ ୨ଜଣ ସ୍ୱାଧୀନ ପ୍ରାର୍ଥୀ ସୁଶୀଲ କୁମାର ପଣ୍ଡା ଓ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ପ୍ରାର୍ଥୀପତ୍ର ପତ୍ର ପ୍ରତ୍ୟାହାର କରିଛନ୍ତି । ସେହିପରି  ୱାର୍ଡ଼ ନଂ-୧୧ରୁ ସ୍ମରଣିକା ମହାନ୍ତି, ୱାର୍ଡ଼ ନଂ-୧୯ରୁ ଜ୍ୟୋତ୍ସାରାଣୀ ରାଉତରାୟ, ୱାର୍ଡ଼ ନଂ-୨୨ରୁ ଦ୍ରୌପଦୀ ମଣି ସିଂହ, ୱାର୍ଡ଼ ନଂ-୨୫ରୁ ଅକ୍ଷୟ କୁମାର ବାରିକ୍‌, ୱାର୍ଡ଼ ନଂ-୨୯ରୁ ସେଖ୍ ନିଜାମୁଦ୍ଦିନ, ୱାର୍ଡ଼ ନଂ-୪୮ରୁ ଜ୍ୟୋର୍ତିମୟୀ ସାହୁ ନିଜ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି ।

ସୂଚନା ଥାଉ କି, ଗତ ୨ରୁ ୭ ତାରିଖ ମଧ୍ୟରେ ମହାନଗର ନିଗମର ୬୭ଟି ୱାର୍ଡ ପାଇଁ ମୋଟ୍  ୩୯୬ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ସେଥି ମଧ୍ୟରୁ ୫୩ ଜଣ ଏକାଧିକ ଦଳରେ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତେଣୁ ସେଗୁଡିକ ନାକଚ ହୋଇ ୩୪୩ ନାମାଙ୍କନ ପତ୍ରକୁ ଯାଞ୍ଚ କରାଯାଇଥିଲା । ଆବଶ୍ୟକୀୟ କାଗଜପତ୍ର ଅଭାବରୁ ଜଣେ ସ୍ୱାଧିନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ମଧ୍ୟ ଖାରଜ ହୋଇଥିଲା । ବିଜେଡ଼ି ଏବଂ ବିଜେପି ସମସ୍ତ ୬୭ଟି ୱାର୍ଡ ପାଇଁ ପ୍ରାର୍ଥୀ ପ୍ରଦାନ କରିଛନ୍ତି । ତେବେ କଂଗ୍ରେସ ମାତ୍ର ୪୮ଟି ୱାର୍ଡ ପାଇଁ ପ୍ରାର୍ଥୀ ପ୍ରଦାନ କରିଥିବାବେଳେ ଗୁରୁବାର ଏହି ସଂଖ୍ୟା ୪୭କୁ ହ୍ରାସ ପାଇଛି । ସେହିପରି ସିପିଆଇ ୨ଟି, ସିପିଏମ୍ ୬ଟି, ଆପ୍‌, ବସ୍ତି ସୁରକ୍ଷା ମଞ୍ଚ ଏବଂ ଅନ୍ୟାନ୍ୟ ଦଳରୁ ପ୍ରାର୍ଥୀ ରହିଛନ୍ତି । ସ୍ୱାଧନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସମସ୍ତ ୧୪୭ ପ୍ରାର୍ଥୀଙ୍କୁ ଚିହ୍ନ ମଧ୍ୟ ପ୍ରଦାନ କରାଯାଇଥିଲା । ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ୧୪୧କୁ ଖସିଛି । ଆସନ୍ତା ୨୪ରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ୧୪ ତାରିଖ ଶେଷଦିନ ରହିଛି ।  ସେହିଦିନ ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ତେଣୁ ମଇଦାନକୁ କେତେଜଣ ଆଶାୟୀ ଓହ୍ଲାଇବେ ତାହା ୧୪ରେ ଜଣା ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking