24.1 C
Bhubaneswar
Friday, January 10, 2025
Homeସ୍ୱାସ୍ଥ୍ୟମାଇଗ୍ରେନ୍‌ ସହ ଅନେକ ରୋଗ ଦୂର କରିବ ବ୍ଲୁ ଟି’

ମାଇଗ୍ରେନ୍‌ ସହ ଅନେକ ରୋଗ ଦୂର କରିବ ବ୍ଲୁ ଟି’

ମୁମ୍ବାଇ  : ସାଧାରଣତଃ ଚା’ ପିଇବାକୁ ସମସ୍ତ ଭଲ ପାଆନ୍ତି । ଅନେକ ଲୋକ ଭିନ୍ନ ଚା ପିଅନ୍ତି । ଯେପରିକି ଆପଣ ମସାଲା ଚା, ଗ୍ରୀନ ଟି ଓ ବ୍ଲାକ ଟି ନାମ ଶୁଣିଥିବେ। ସେହିଭଳି ସ୍ୱାସ୍ଥ୍ୟ ଏବଂ ଟେଷ୍ଟ ବିଷୟରେ କହିବାକୁ ଗଲେ ବ୍ଲୁ ଟି’ ମଧ୍ୟ ଆଗରେ ରହିଛି। ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ଚା’ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ରହିଛି , ଯାହା ବହୁ ପ୍ରକାରର ରୋଗକୁ ଦୂର କରିଥାଏ । ଏହି ଚା’ ଅତ୍ୟନ୍ତ ଲାଭଦାୟକ । ଏହି ବ୍ଲୁ ଟି’ ପ୍ରକୃତରେ ଅପରାଜିତା ଫୁଲରୁ ତିଆରି ହୋଇଥାଏ, ତେଣୁ ଏହାର ରଙ୍ଗ ନୀଳ। ଆୟୁର୍ବେଦ ଅନୁଯାୟୀ, ଅପରାଜିତା ଫୁଲକୁ ଔଷଧ ଭାବରେ ବ୍ୟବହାର କରାଯାଏ। ତେବେ ଆସନ୍ତୁ ଜାଣିବା ବ୍ଲୁ ଟି’ ପିଇବା ଦ୍ୱାରା କଣ ଲାଭ ମିଳିଥାଏ ?

ବ୍ଲୁ ଟି ’ ର ସ୍ୱାସ୍ଥ୍ୟ ଉପକାରିତା-

-ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ଏହି ଚା ’ପିଇପାରିବେ। ବ୍ଲୁ ଟି ’ ପଲିଫେନୋଲରେ ପରିପୂର୍ଣ୍ଣ ଏବଂ ଏହା ମେଟାବୋଲିକ୍ ହାର ବୃଦ୍ଧି ପାଇଁ କାମ କରେ ।

-ଏହା ସହ ମଧୁମେହ ରୋଗୀଙ୍କ ପାଇଁ ସୁଗାର ନିୟନ୍ତ୍ରଣ କରିବାରେ ଏହା ମଧ୍ୟ ସହାୟକ ହୋଇଥାଏ। ବିଶେଷକରି ଟାଇପ୍- ୧ ଡାଇବେଟିସ୍ ରେ ଏହା ଭଲ ଫଳାଫଳ ଦେଇଥାଏ।

-ଗ୍ରୀନ୍ ଟି ଅପେକ୍ଷା ବ୍ଲୁ ଟି ’ରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହି ଚା’ ଏକ ରୋଗ ପ୍ରତିରୋଧକ ଶକ୍ତି ଭାବରେ କାମ କରେ।

-କର୍କଟ ରୋଗରେ ଏହି ଚା ପିଇବା ଦ୍ୱାରା ଅନେକ ଉପକାର ମିଳିଥାଏ ।

-ମାଇଗ୍ରେନ୍‌ର ଶିକାର ହୋଇଥିଲେ ଏହାର ଯନ୍ତ୍ରଣା ହ୍ରାସ କରିବାରେ ବ୍ଲୁ ଟି ମଧ୍ୟ ବହୁତ ସାହାଯ୍ୟ କରିଥାଏ। ଏହି ଚା ପିଇବା ଦ୍ୱାରା ମସ୍ତିଷ୍କର ରକ୍ତ ସଞ୍ଚାଳନରେ ଉନ୍ନତି ଆସେ। ଏହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

ଏହାକୁ କିପରି ପ୍ରସ୍ତୁତ କରିବେ

-ଅପରାଜିତାର ନୀଳ ଫୁଲକୁ ଫୁଟୁଥିବା ପାଣିରେ ରଖନ୍ତୁ, ଏହାକୁ ଏକ ମିନିଟ୍ ପାଇଁ ଘୋଡାନ୍ତୁ ଏବଂ ପରେ ଛାଣି ନିଅନ୍ତୁ । ଯଦି ଚାହାଁନ୍ତି, ସ୍ୱାଦ ପାଇଁ ସେଥିରେ ଲେମ୍ବୁ, ମହୁ ମିଶାନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking