35.1 C
Bhubaneswar
Sunday, May 19, 2024
Homeଅପରାଧରକ୍ତାକ୍ତ ହେଲା ରକ୍ତ ସମ୍ପର୍କ; ସ୍ତ୍ରୀର ପରକ୍ରିୟା ପ୍ରୀତି ସନ୍ଦେହରେ ୪ ବର୍ଷର ପୁଅକୁ ହତ୍ୟାକଲା...

ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ; ସ୍ତ୍ରୀର ପରକ୍ରିୟା ପ୍ରୀତି ସନ୍ଦେହରେ ୪ ବର୍ଷର ପୁଅକୁ ହତ୍ୟାକଲା ବାପା

ରାଉରକେଲା: ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ । ନୃଶଂସ ସାଜିଲା ଜନ୍ମଦାତା । ସ୍ତ୍ରୀର ପରକିୟା ପ୍ରୀତି ସନ୍ଦେହରେ ୪ ବର୍ଷର ପୁଅକୁ ହତ୍ୟା କଲା ବାପା । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସହରର ଶୀତଳପଡା ବସ୍ତିରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଛି । ଅଭିଯୁକ୍ତ ହେଉଛି ବସ୍ତିର ରାଜୁ ଲାକ୍ରା । ତା’ର ପତ୍ନୀ ଗୁନୁ ଲାକ୍ରାଙ୍କ ପରପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ସେ ନିଜର ୪ ବର୍ଷର ପୁଅ ଆର୍ଯ୍ୟନକୁ ହତ୍ୟା କରିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ମୁତାବକ, ରାଜୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ଅନ୍ୟ ଜଣେ ଯୁବକଙ୍କ ସହ ପତ୍ନୀଙ୍କ ଅନୈତିକ ସମ୍ପର୍କ ଥିବା ରାଜୁ ସନ୍ଦେହ କରୁଥିଲା । ଯାହା କୁହାଯାଉଛି, ଗତ ଶୁକ୍ରବାର ରାଜୁ ଜଣେ ଯୁବକଙ୍କ ସହ ନିଜ ପତ୍ନୀଙ୍କୁ ଦେଖିଥିଲା । ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ଦୁହେଁ ଫେରାର୍ ହୋଇଯାଇଥିଲେ । ସ୍ତ୍ରୀର ଏଭଳି ବିଶ୍ୱାସଘାତକତା ପାଇଁ ରାଗରେ ଅନ୍ଧ ହୋଇଯାଇଥିଲା ରାଜୁ । ପତ୍ନୀର ପରକ୍ରିୟା ପ୍ରୀତିର ରାଗ ସେ ୪ ବର୍ଷର ପୁଅ ଉପରେ ସୁଝାଇଥିଲା ।

ବାପା ହୋଇ ନିଜ ହାତରେ ଜନ୍ମକଲା ପୁଅର ଜୀବନ ନେଇ ଯାଇଥିଲା । ଏହି ଘଟଣାର ଶୀତଳପଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ବାପା ରାଜୁ ଲାକ୍ରାକୁ ଅଟକ ରଖି ପଚରାଉଚରା କରୁଛି । ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ପୋଲିସ କହିଛି । ତେବେ ଜଣେ ବାପା ନିଜର ଜନ୍ମକଲା ନିରୀହ ଶିଶୁପୁତ୍ରକୁ ହତ୍ୟା କରିବା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ପତ୍ନୀ ଗୁନୁ ଲାକ୍ରା ନିଜ ବିରୋଧରେ ପରକିୟା ପ୍ରୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking