30.1 C
Bhubaneswar
Friday, May 3, 2024
Homeଓଡିଶା*ଧୋନି ଙ୍କ 40 ତମ ଜନ୍ମଦିନ ଉପଲକ୍ଷେ  40 ୟୁନିଟ  ରକ୍ତଦାନ କଲେ  ଧୋନି ପ୍ରଶଂସକ*...

*ଧୋନି ଙ୍କ 40 ତମ ଜନ୍ମଦିନ ଉପଲକ୍ଷେ  40 ୟୁନିଟ  ରକ୍ତଦାନ କଲେ  ଧୋନି ପ୍ରଶଂସକ* *ରକ୍ତଦାତା ଓ  ଆୟୋଜକ ଙ୍କୁ ଉତ୍ସାହିତ କଲେ  ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଓ ଏସ -ପି*

ସୋନପୁର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଅନ୍ତର୍ଜାତୀୟ ସ୍ତର ରେ  ଖ୍ୟାତି ସମ୍ପନ୍ନ, ଖୁବ ପରିଚିତ ଓ ସଫଳ  କ୍ରିକେଟର  ମହେନ୍ଦ୍ର ସିଂହ ଧୋନି ଙ୍କ ୪୦ ତମ ଜନ୍ମ ଦିନ ଉପଲକ୍ଷେ ସୁବର୍ଣ୍ଣପୁର ର  ବିଶିଷ୍ଟ  ଧୋନି ପ୍ରଶଂସକ ଦିନେଶ ମିଶ୍ର ଏବଂ  ଧୋନି ଙ୍କ ଅନ୍ୟାନ୍ୟ ପ୍ରଶଂସକ ମାନଙ୍କ ପ୍ରଚେଷ୍ଟା ରେ ପିନାକିନୀ ପୋଲି କ୍ଲିନିକ୍ ସୋନପୁର  ଠାରେ ଏକ ମେଗା  ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା  l  ଏହି ରକ୍ତଦାନ ଶିବିର ରେ ଧୋନି ଙ୍କ ୪୦ ତମ ଜନ୍ମ ଦିବସ ପାଳନ ହୋଇଥିବା ରୁ ୪୦ ୟୁନିଟ ରକ୍ତ ମଧ୍ୟ ସହର ତଥା  ଜ଼ିଲ୍ଲା ର ବିଭିନ୍ନ ଅଂଚଳ ର ଧୋନି ପ୍ରଶଂସକ (ଯୁବକ ଯୁବତୀ ) ଙ୍କ ଠାରୁ   ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତ ଦାନ ଶିବିର କୁ  ସୁବର୍ଣ୍ଣପୁର ଜ଼ିଲ୍ଲାପାଳ  ଶ୍ରୀମତୀ ଅବୋଲି ସୁନିଲ ନରୱେଣେ  IAS  ମୁଖ୍ୟ ଅତିଥି  ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସ -ପି ଶ୍ରୀ ସୀତାରାମ ସତପଥି,  ଏଡ଼ିଏମ  ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ , ଅମରେନ୍ଦ୍ର ପାଣିଗ୍ରାହୀ , (ରିଜର୍ଭ ଇନ୍ସପେକ୍ଟର)  ଏବଂ କେ ବର୍ଷା ଦେବୀ ଲାଇଫ ଇନ୍ସୁରେନ୍ସ ଏଡଭାଇଜର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜ଼ିଲ୍ଲା  ମୁଖ୍ୟ ଡାକ୍ତର ଖାନା ର

ରକ୍ତ ଭଣ୍ଡାର ରେ  ରକ୍ତ ଅଭାବ ଓ   କୋଭିଡ  ଭଳି ଏକ ସଙ୍କଟ ଓ ଅସମୟରେ  ମହାନୁଭଵୀ  ଯୁବକ ଯୁବତୀ ରକ୍ତ ଦାନ ପାଇଁ ସ୍ୱଇଚ୍ଛା ଓ  ଉତ୍କଣ୍ଠା ର ସହ  ଆଗେଇ ଆସିଥିବାରୁ  ସମସ୍ତ ରକ୍ତ ଦାତା  ଓ ଆୟୋଜକ ଙ୍କୁ  ଉତ୍ସାହିତ ଓ ଭୁୟସୀ ପ୍ରଶଂସା  କରି  ଥିଲେ l  ଏହି ରକ୍ତ ଦାନ ଶିବିରକୁ ସଫଳ କରିବା ପାଇଁ କନେଷ୍ଟବଲ ସଂଘ ସଭାପତି  କୁମୁଦ ମେହେର, ପୁରୁଷୋତ୍ତମ ପାତ୍ର, ଅରବିନ୍ଦ ବାରିକ, ରାଜ୍ୟ ରକ୍ତ ଦାତା ସଂଘ  ର ସଭ୍ୟ ମନୋଜ ପଣ୍ଡା, ସାମ୍ବାଦିକ  ମନୋରଞ୍ଜନ ତ୍ରିପାଠୀ,  ମନୋଜ ସେଠୀ, ଜିତୁ ସାହୁ ,ଜ୍ୟୋତି ମିଶ୍ର, ରୁଦ୍ର ଦାସ, ଓମ୍ ପ୍ରକାଶ ମିଶ୍ର , ରିଆଁଜ ଇସଲାମ ଓ ବିନୋଦ ବଘlର  ପ୍ରମୁଖ ବିଭିନ୍ନ ସମାଜସେବୀ, ପୋଲିସ କର୍ମଚାରୀ ଓ ବଦାନ୍ୟ ବ୍ୟକ୍ତି ସହୋଯୋଗ କରିଥିଲେ l

 

ସୁବର୍ଣ୍ଣପୁର ଜିଲ୍ଲାର ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking