28.1 C
Bhubaneswar
Saturday, October 19, 2024
Homeଅପରାଧଅନୈତିକ ସମ୍ପର୍କ ପରେ ଯୁବତୀଙ୍କୁ ବ୍ଲାକମେଲିଂ; ମୁଖ୍ୟ ଅଭିଯୁକ୍ତଙ୍କୁ ଜେଲ ପଠାଇଲା ପୁଲିସ

ଅନୈତିକ ସମ୍ପର୍କ ପରେ ଯୁବତୀଙ୍କୁ ବ୍ଲାକମେଲିଂ; ମୁଖ୍ୟ ଅଭିଯୁକ୍ତଙ୍କୁ ଜେଲ ପଠାଇଲା ପୁଲିସ

ଭୁବନେଶ୍ୱର: ନିଜର ଜଣେ ସମ୍ପର୍କୀୟ ଭଉଣୀଙ୍କ ସହ ତାଙ୍କ ଇଚ୍ଛା ବିରୋଧରେ ଶାରିରୀକ ସମ୍ପର୍କ ରଖ?ବା ଏବଂ ପରବର୍ତ୍ତୀ ସମୟରେ ଏହାର କିଛି ଭିଡ଼ିଓ ଓ ଫଟୋ ଭାଇରାଲ କରାଇ ଦେବାର ଧମକ ଦେବା ଅଭିଯୋଗରେ ମହିଳା ଥାନା ପୁଲିସ ଶନିବାର ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ବେଣୁଧର ବେହେରା (୩୧) ଓ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ବର୍ତ୍ତମାନ ତମାଣ୍ଡୋ ଥାନା କଳିଙ୍ଗ ବିହାରରେ ରହୁଛନ୍ତି ।

ଏନେଇ ୨୨ ତାରିଖରେ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସୂଚନା ଅନୁଯାୟୀ, ବେଣୁଧର ବିବାହିତ ହୋଇଥିବା ବେଳେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ମଧ୍ୟ ଅଟନ୍ତି । ଏହା ପରେ ବି ସେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଇଚ୍ଛା ବିରୋଧରେ ଜୋରଜବଦସ୍ତି ଅନୈତିକ ସମ୍ପର୍କ ରଖିବା ସହ ମୋବାଇଲ ମାଧ୍ୟମରେ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଉତ୍ତୋଳନ କରିଥିଲେ । ପରେ ଉକ୍ତ ଫଟୋ ଏବଂ ଭିଡ଼ିଓକୁ ଭାଇରାଲ କରାଇ ଦେବାର ଧମକ ଦେଇ ବେଣୁଧର ପୀଡ଼ିତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖି ଆସୁଥିଲେ ।

ତେବେ ଏହାପରେ ବି ବେଣୁଧର ଉକ୍ତ ଫଟୋ ଏବଂ ଭିଡ଼ିଓକୁ ତାଙ୍କର ଜଣେ ସହଯୋଗୀ ଅନନ୍ତ ପ୍ରସାଦ ସେଠୀକୁ ଦେଇଥିଲେ । ଫଳରେ ଅନନ୍ତ ମଧ୍ୟ ପୀଡ଼ିତାଙ୍କୁ ବ୍ଲାକମେଲିଂ କରି ଶାରିରୀକ ସମ୍ପର୍କ ରଖିବା ସହ ଭିଡ଼ିଓ ଭାଇରାଲ କରାଇ ଦେବାର ଧମକ ଦେଇ ୧୩ ହଜାର ୪ଶହ ଟଙ୍କା ନେଇଥିଲେ । ପରେ ପୁଣି ଅନନ୍ତ ପୀଡ଼ିତାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ଏନେଇ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଗତ ୨୩ ତାରିଖ ଦିନ ଅନନ୍ତଙ୍କୁ ଗିରଫ କରିଥ୍ଖବା ବେଳେ ଶନିବାର ବେଣୁଧରଙ୍କୁ ଗିରଫ କରି ଜେଲ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking