35.1 C
Bhubaneswar
Sunday, May 19, 2024
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଚାର ଜୋରଦାର୍‌, ଘର ଘର ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଚାର ଜୋରଦାର୍‌, ଘର ଘର ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଚାର ଜୋର ଧରିଛି । ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମାନିକ ଶାହା । ଭାରତୀୟ ଜନତା ପାର୍ଟି ସରକାରଙ୍କୁ ପୁଣି କ୍ଷମତାରେ ଆଣିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ ବିଜେପି ଭଲ କାମ କରିଛି । ପ୍ରଧାନମନ୍ତ୍ରୀ ଯେଉଁ ଭାବେ ଦେଶରେ କାମ କରୁଛନ୍ତି ସେହି ହିସାବରେ ରାଜ୍ୟରେ ଆମେ କାମ କରୁଛୁ । ତେଣୁ କୌଣସି ବିରୋଧୀ ଆମ ବିରୋଧରେ ଛିଡା ହୋଇପାରିବେନି ବୋଲି କହିଛନ୍ତି ମାନିକ ଶାହା ।

ଏପରିକି ୨୦୧୮ ଅପେକ୍ଷା ରାଜ୍ୟବାସୀ ବିଜେପିକୁ ଅଧିକ ସମର୍ଥନ କରୁଛନ୍ତି । ତେଣୁ ପୂର୍ବାପେକ୍ଷା ଚଳିତ ନିର୍ବାଚନରେ ଅଧିକ ସିଟ୍‌ରେ ବିଜୟୀ ହେବକୁ ବୋଲି ଦୃଢୋକ୍ତ ପ୍ରକାଶ କରିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ । ବାମଦଳ ଓ କଂଗ୍ରେସକୁ ରାଜ୍ୟବାସୀ ପ୍ରତ୍ୟାଖାନ କରିଥିବାରୁ ନିର୍ବାଚନରେ ଉଭୟ ଦଳର ମୂଳପୋଛ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସେପଟେ ନିର୍ବାଚନୀ ଇସ୍ତାହାର ଜାରି କରିଛି ତୃଣମୂଳ କଂଗ୍ରେସ । ରାଜ୍ୟ ଟିଏମ୍‌ସି ଅଧ୍ୟକ୍ଷ ପୀୟୁଷ କାନ୍ତି ବିଶ୍ୱାସ ଏବଂ ସାଂସଦ ସୁଷ୍ମିତା ଦେବଙ୍କ ଉପସ୍ଥିତିରେ ଘୋଷଣାପତ୍ର ଜାରି କରିଛି ଦଳ । ତ୍ରିପୁରାକୁ ନିଜ ଅକ୍ତିଆରକୁ ଆଣିବାକୁ ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିଛି ତୃଣମୂଳ କଂଗ୍ରେସ୍‌ । ଆସନ୍ତା ୧୬ତାରିଖରେ ତ୍ରିପୁରାର ୬୦ଟି ଆସନରେ ଭୋଟଗ୍ରହଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking