ଭୂବନେଶ୍ୱର,: କରୋନା ସଂକ୍ରମଣ କଟକଣା ଦୃଷ୍ଟିରୁ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାରକୁ ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ କରାଯିବ । ତେଣୁ ପ୍ରଚାର କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ବିଜେପି ତରଫରୁ ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦିଆଯାଉଛି । କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳର ପ୍ରଚାରକୁ ଲୋକମାନଙ୍କ ପାଖରେ ପହଂଚାଯିବା ସହିତ ଦୀର୍ଘ ୨ ବର୍ଷ ଧରି ଶାସନ କ୍ଷମତାରେ ରହି ସୁଦ୍ଧା ଲୋକଙ୍କୁତାଙ୍କ ମୈାଳିକ ସୁବିଧା ଦେବାରେ ବିଫଳ ରାଜ୍ୟ ସରକାରଙ୍କ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ଭର୍ଚୁଆଲ ପରିପ୍ରେକ୍ଷୀରେ ଆଜିର ଏହି ଉନ୍ମୋଚନ ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ଆଧାରରେ ପ୍ରସ୍ତୁତ ଗୀତ, ଭିଡିଓ ଓ ପୋଷ୍ଟର ନିଶ୍ଚିତ ଭାବେ ରାଜ୍ୟର ସାଢେ ଚାରିକୋଟି ଓଡିଆଙ୍କ ମନକୁ ଆନ୍ଦୋଳିତ କରିବା ସହ ପରିବର୍ତନର ସ୍ୱର ଆଦୃତ ହେବ । ଏଥିସହ ଜନସେତନା ସୃଷ୍ଟି କରି ବିଜେପି ସପକ୍ଷରେ ଭୋଟଦେଇ ଗାଁ ଗାଁରେ ବିଜେପି ସରକାର ପ୍ରତିଷ୍ଠା କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।
ଚଳିତ ବର୍ଷ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବସରରେ ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତାଙ୍କ ଗ୍ରହଣରେ ଦଳୀୟ ନିର୍ବାଚନୀ ପ୍ରଚାର ଗୀତ, ପୋଷ୍ଟର ଏବଂ ଭିଡିଓକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର,ଗଣମାଧ୍ୟମ ମୁଖ୍ୟ ଦିଲିପ୍ ମଲ୍ଲିକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଂଚାନନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।