33.1 C
Bhubaneswar
Sunday, June 26, 2022
Homeଓଡିଶାତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜେପି ନିର୍ବାଚନୀ ପ୍ରଚାର ଗୀତ, ପୋଷ୍ଟର ଏବଂ ଭିଡିଓ ଉନ୍ମୋଚନ...

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜେପି ନିର୍ବାଚନୀ ପ୍ରଚାର ଗୀତ, ପୋଷ୍ଟର ଏବଂ ଭିଡିଓ ଉନ୍ମୋଚନ ପରିବର୍ତନର ସ୍ୱର ଆଦୃତ ହେବ: ସମୀର ମହାନ୍ତି

ଭୂବନେଶ୍ୱର,: କରୋନା ସଂକ୍ରମଣ କଟକଣା ଦୃଷ୍ଟିରୁ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାରକୁ ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ କରାଯିବ । ତେଣୁ ପ୍ରଚାର କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ବିଜେପି ତରଫରୁ ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦିଆଯାଉଛି । କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳର ପ୍ରଚାରକୁ ଲୋକମାନଙ୍କ ପାଖରେ ପହଂଚାଯିବା ସହିତ ଦୀର୍ଘ ୨ ବର୍ଷ ଧରି ଶାସନ କ୍ଷମତାରେ ରହି ସୁଦ୍ଧା ଲୋକଙ୍କୁତାଙ୍କ ମୈାଳିକ ସୁବିଧା ଦେବାରେ ବିଫଳ ରାଜ୍ୟ ସରକାରଙ୍କ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ଭର୍ଚୁଆଲ ପରିପ୍ରେକ୍ଷୀରେ ଆଜିର ଏହି ଉନ୍ମୋଚନ ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ଆଧାରରେ ପ୍ରସ୍ତୁତ ଗୀତ, ଭିଡିଓ ଓ ପୋଷ୍ଟର ନିଶ୍ଚିତ ଭାବେ ରାଜ୍ୟର ସାଢେ ଚାରିକୋଟି ଓଡିଆଙ୍କ ମନକୁ ଆନ୍ଦୋଳିତ କରିବା ସହ ପରିବର୍ତନର ସ୍ୱର ଆଦୃତ ହେବ । ଏଥିସହ ଜନସେତନା ସୃଷ୍ଟି କରି ବିଜେପି ସପକ୍ଷରେ ଭୋଟଦେଇ ଗାଁ ଗାଁରେ ବିଜେପି ସରକାର ପ୍ରତିଷ୍ଠା କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।
ଚଳିତ ବର୍ଷ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବସରରେ ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତାଙ୍କ ଗ୍ରହଣରେ ଦଳୀୟ ନିର୍ବାଚନୀ ପ୍ରଚାର ଗୀତ, ପୋଷ୍ଟର ଏବଂ ଭିଡିଓକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର,ଗଣମାଧ୍ୟମ ମୁଖ୍ୟ ଦିଲିପ୍ ମଲ୍ଲିକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଂଚାନନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking