18.1 C
Bhubaneswar
Thursday, February 5, 2026
Homeଓଡିଶାନୂଆପଡ଼ାରେ ନକଲି ଭୋଟରଙ୍କୁ ଆୟୁଧ କରିଛି ବିଜେପି: ବିଜେଡି

ନୂଆପଡ଼ାରେ ନକଲି ଭୋଟରଙ୍କୁ ଆୟୁଧ କରିଛି ବିଜେପି: ବିଜେଡି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ନକଲି ଭୋଟର । ନୂଆପଡ଼ାର ଅସଲି ଭୋଟରଙ୍କ ଜାଗାରେ ଭୋଟ ଦେଇଛନ୍ତି ଛତିଶଗଡ଼ରୁ ଆସିଥିବା ଲୋକ । ଆଜି ମତଦାନକୁ ନେଇ ଏପରି ସାଙ୍ଘାତିକ ଅଭିଯୋଗ ଆଣି ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ବିଜୁ ଜନତା ଦଳ । ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ ଅଭିଯୋଗ ପତ୍ରରେ କୁହାଯାଇଛି ଯେ, ନୂଆପଡ଼ା ଉପନିର୍ବାଚନରେ ବ୍ୟାପକ ହେରଫେରରେ ବିଜେପି ସାମିଲ ଅଛି । ଏକ ବଡ଼ ଷଡ଼ଯନ୍ତ୍ରକ୍ରମେ ବିଜେପି ଛତିଶଗଡ଼ ଓ ଅନ୍ୟାନ୍ୟ ସ୍ଥାନରୁ ଲୋକଙ୍କୁ ଆଣି ସଂଗଠିତ ଭାବେ ବିଭିନ୍ନ ବୁଥ୍ ନିକଟରେ ରଖିଥିଲା । ସେମାନେ ନକଲି ପରିଚୟପତ୍ର ବଳରେ ବିଭିନ୍ନ ବୁଥ୍ରେ ପଶି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ବୋଲି ବିଜେଡି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ।

ବିଜେଡ କହିଛି ଯେ, କ୍ଷମତା ହାତେଇବା ନିଶାରେ ବିଜେପି ନେତାମାନେ ଲୋକତନ୍ତ୍ରକୁ ଥଟ୍ଟା ମଜାରେ ପରିଣତ କରିଛନ୍ତି । ନୂଆପଡ଼ାବାସୀଙ୍କ ଆକ୍ରୋଶ ଭୋଟରେ ପ୍ରତିଫଳିତ ହେଉଥିବା ଦେଖି ବିଜେପି ବିରାଟ ବଡ଼ ଷଡ଼ଯନ୍ତ୍ର କ୍ରମେ ନକଲି ଭୋଟରଙ୍କ ସହାୟତା ନେଇ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ପଛାଇ ନାହିଁ । ସୁଚିନ୍ତିତ ଯୋଜନାକ୍ରମେ ଅପରାହ୍ନ ୩.୩୦ ପରେ ନକଲି ଭୋଟର ମାନଙ୍କୁ ବିଭିନ୍ନ ବୁଥ୍ରେ ପଶିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଦୂରଦୂରାନ୍ତରୁ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ କାହିଁ କେତେ ସାଧାରଣ ଭୋଟର ଧାଇଁ ଆସିଥିଲେ । କିନ୍ତୁ ନକଲି ଭୋଟର ଓ ପ୍ରଶାସନିକ ବିଫଳତା ପାଇଁ ସେମାନେ ନିଜ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେଲେ । ନୂଆପଡ଼ାର ସମସ୍ତ ଅତିସମ୍ୱେଦନଶୀଳ ବୁଥ୍ ଗୁଡ଼ିକ ସମ୍ପର୍କରେ ବିଜେଡି ଆଗୁଆ ସୂଚନା ଦେଇ ବିହିତ ପଦକ୍ଷେପ ନେବା ଲାଗି ଅନୁରୋଧ କରିଥିଲା । କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ସବୁ ନୀତି, ନୈତିକତାକୁ ଜଳାଞ୍ଜଳି ଦେଇ ବିଜେପି ନୂଆପଡ଼ା ଉପନିର୍ବାଚନ ଜିତିବା ପାଇଁ ଉଦ୍ୟମ କରିଛି ।

ଏହାକୁ ବିଜେଡି ଘୋର ନିନ୍ଦା କରିବା ସହିତ ନିର୍ବାଚନର ପବିତ୍ରତା ରକ୍ଷା କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ବିଜେଡିର ଏହି ପ୍ରତିନିଧି ଦଳରେ ଶ୍ରୀମତୀ ସୁଲତା ଦେଓ, ଡ଼ ଲେନିନ୍ ମହାନ୍ତି, ଶ୍ରୀ ମିହିର ରାୟ, ଶ୍ରୀ ତୁମ୍ୱନାଥ ପଣ୍ଡା, ଶ୍ରୀମତୀ ଇପସୀତା ସାହୁ, ଶ୍ରୀ ନାରାୟଣ ଜେନା, ସୋଫିଆ ଆଲାମ, ଶ୍ରୀମତୀ ରୀତାଞ୍ଜଳି ପ୍ରଧାନ, ଶ୍ରୀମତୀ ଇଲ୍ଲା ସ୍ୱାଇଁ, ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ଓ ଶ୍ରୀମତୀ ଅଂଶୁ ତି୍ରପାଠୀ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking