19.1 C
Bhubaneswar
Friday, November 22, 2024
Homeଓଡିଶାରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟର ସଠିକ ବିକାଶ ସମ୍ଭବ ହୋଇପାରୁନାହିଁ : ସମୀର ମହାନ୍ତି

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟର ସଠିକ ବିକାଶ ସମ୍ଭବ ହୋଇପାରୁନାହିଁ : ସମୀର ମହାନ୍ତି

କଳଙ୍କିତ ବିଜେଡି ଶାସନକୁ ହଟାଇବା ପାଇଁ ଲଢେଇକୁ ଶାଣିତ କରିବ ବିଜେପି: ବାବୁ ସିଂ
ଭୁବନେଶ୍ୱ: ଜିଲ୍ଲାର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ଭୂବନେଶ୍ୱର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଆଜିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାର ଏବଂ ଭୂବନେଶ୍ୱର ମହାନଗର ନିଗମର ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା ।
ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକାରିଣୀରେ ଜିଲ୍ଲା ପ୍ରଭାରୀ ଶ୍ରୀ ଭୂବନ ମୋହନ ଜେନା ଉପସ୍ଥିତ ଥିଲେ । କାର୍ଯ୍ୟକାରିଣୀ ଉଦଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଗାନ କରାଯାଇଥିଲା । ଜିଲ୍ଲା ସାଧାରଣ ସଂପାଦକ ଦିଲୀପ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ଶୋକ ପ୍ରସ୍ତାବ ଆଗତ କରାଯାଇ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।
ରାଜ୍ୟ ସରକାର ଏବଂ ଭୂବନେଶ୍ୱର ମହାନଗର ନିଗମ କତୃପକ୍ଷ ରାଜଧାନିବାସୀଙ୍କ ସମସ୍ୟାର ସମାଧାନ ପ୍ରତି ଆଖି ବୁଜି ଦେଇଛନ୍ତି । କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ହରିଲୁଟ୍ କରି ବିକାଶର ବାଧକ ସାଜିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୂବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇବା ପରେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଆଜି ଏହା ସ୍ୱପ୍ନରେ ପରିଣତ ହେବାକୁ ବସିଛି । ରାଜଧାନୀରେ ମହିଳା, ବୃଦ୍ଧ, ଶିଶୁ, ଯୁବକ ଯୁବତୀମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଅବାଧ ନିଶା କାରବାର ଆଜି ଚିନ୍ତାର କାରଣ ସାଜିଛି । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସର ବର୍ବରତା ଚରମ ସୀମାରେ ପହଂଚିଲାଣି । କଳଙ୍କିତ ବିଜେଡି ଶାସନକୁ ହଟାଇବା ପାଇଁ ଲଢେଇକୁ ଜିଲ୍ଲା ବିଜେପି ଆହୁରି ଶାଣିତ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
ରାଜଧାନୀ ହୋଇଥିବା କାରଣରୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ଭୂବନେଶ୍ୱରଠାରୁ ଅଧିକ ଅପେକ୍ଷା ରହିଛି । ରାସ୍ତା, ଘାଟ, ପରିମଳ ବ୍ୟବସ୍ଥା, ସ୍ୱେରେଜ, ପାନୀୟ ଜଳ, ବିଜୁଳି ଆଦି ମୈାଳିକ ସୁବିଧାରୁ ରାଜଧାନୀବାସିନ୍ଦା ବଂଚିତ ରହିବା ଅତ୍ୟନ୍ତ ଲଜ୍ଜାଜନକ । ଜନବହୁଳ ସହର ହୋଇଥିବା ସତ୍ୱେ ସୁବନ୍ଦୋବସ୍ତ ଡେଲି ମାର୍କେଟ, ମାଛ ଓ ମାଂସ ମାର୍କେଟ ନଥିବା କାରଣରୁ ରାଜଧାନୀବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସ୍ତିବାସିନ୍ଦାଙ୍କୁ ବାରମ୍ବାର ପ୍ରତାରିତ କରାଯାଉଛି । କେତେ ବର୍ଷ ଶାସନରେ ରହିଲେ ଶାସକ ବିଜେଡି ଲୋକଙ୍କ ମୈାଳିକ ସମସ୍ୟା ସମାଧାନ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କାର୍ଯ୍ୟକାରିଣୀରେ ଯୋଗ ଦେଇ କହିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୁଳକ କାର୍ଯ୍ୟ ଏବଂ ବିଭିନ୍ନ ଯୁଗାନ୍ତକାରୀ ଯୋଜନା ସତ୍ୱେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସଠିକ ବିକାଶ ସମ୍ଭବ ହୋଇପାରୁନାହିଁ । ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କାରଣରୁ ଓଡିଶା ଆଜି ବିକାଶର ବହୁ ପଛରେ ରହିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜନୈତିକ ଚିଠା: ରାଜଧାନୀ ସହରରେ ଆଇନ ଶୃଙ୍ଖଳା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଦିନ ଦୁଇପ୍ରହରରେ ହତ୍ୟା, ରାଜହାନୀ, ଧର୍ଷଣ ଭଳି ଜଘନ୍ୟ କା ଅପରାଧ ମାନ ଭିଆଇବା ପାଇଁ ପଛାଉନାହାଁନ୍ତି । ଏଭଳି ଅଘଟଣ ପ୍ରତିଦିନ ଖବରକାଗଜରେ ପୃଷ୍ଠା ମନ କରୁଛି । ଦୁର୍ଭାଗ୍ୟର ବିଷୟ ଏଠିକାର ପୋଲିସ ପ୍ରଶାସନ ଓ ରାଜନେତା ମାନଙ୍କର ଉଦାସୀନତା ସହରବାସୀଙ୍କୁ ଆଶଙ୍କା ଓ ଭୟ ଭିତରକୁ ଠେଲି ଦେଇଛି । ଆଜିର କାର୍ଯ୍ୟକାରିଣୀ ଏହାକୁ ନିନ୍ଦା କରୁଛି । କଳାହାି ଠାରେ ଓଡିଆ ଝିଅ ମମିତା ମେହେରଙ୍କୁ ଯେଉଁ ଭଳି ଜଘନ୍ୟ ହତ୍ୟା କଲେ ତାହା ଏକ ବିରଳ ଘଟଣା । ଏହି ହତ୍ୟାକାରେ ମୁଖ୍ୟ ଆସାମୀ ସହ ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତି ସ୍ପଷ୍ଟ ପ୍ରମାଣିତ ହୋଇଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ଯେଉଁଭଳି ସୁରକ୍ଷା ଦେଲେ ତାହା ଅତୀତରେ କେବେ ଦେଖା ହୋଇନଥିଲା । ଏଭଳି ସ୍ପର୍ଶ କାତର ବିଷୟରେ ଭୁବନେଶ୍ୱର ବିଜେପି ତାର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲା ଏବେ ମଧ୍ୟ ଜାରି ରଖିଛି ।
ରାଜ୍ୟ ସରକାର ସ୍ମାର୍ଟ ସିଟିର ଡିିମ ପିଟୁଥିବା ବେଳେ ଭୁବନେଶ୍ୱରରେ ଦୀର୍ଘଦିନ ଧରି ଚାଲୁଥିବା ସ୍ମାର୍ଟ ସିଟିର ପ୍ରକଳ୍ପଟି ଭୂଇଁରୁ ଉଠିପାରୁନାହିଁ । ମୋଦି ସରକାରଙ୍କର ଅପର୍ଯ୍ୟାସ୍ତ ଆର୍ଥିକ ସହାୟତା ସତ୍ୱେ ଆମ ସ୍ମାର୍ଟ ସିଟି କେବେ ଅଂଟା ସଳଖିବ ତାହା ଏବେ ବଡ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି ବୋଲି କାର୍ଯ୍ୟକାରିଣୀ ଚିନ୍ତା ପ୍ରକଟ କରିଛି ।
ରାଜଧାନୀ ସହରର କୌଣସି ମାଷ୍ଟରପ୍ଲାନ ନଥିବା ତଥା ରାଜ୍ୟ ସରକାରଙ୍କର ଦୃଢ ଇଚ୍ଛାଶକ୍ତି ଅଭାବ ହେତୁ ରାଜଧାନୀବାସୀ ଅସରାଏ ବର୍ଷାରେ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନ ଇସ୍ତାହାରରେ ଖୋଦ୍ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ଏହି ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ୧୦୦୦ କୋଟି ଟଙ୍କାର ପ୍ରକଳ୍ପକୁ ଗୋଲାପି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ପାଣିର ଗାର ସଦୃଶ ପାଲଟିଛି । ସହରର ପ୍ରତ୍ୟେକ ଅଂଚଳରେ ପ୍ରତିଦିନ ରାସ୍ତା କାର୍ଯ୍ୟ ଓ ସ୍ୱରେଜ କାମ ଚାଲିଛି ଏବଂ ତାହା ସରିବାର ନାଁ ଧରୁନାହିଁ । ଏହାଦ୍ୱାରା ଅନେକ ଜାଗା ମରଣାଯନ୍ତା ପାଲଟିଛି ଏବଂ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉଦାହରଣ ସ୍ୱରୂପ – ଭୁବନେଶ୍ୱର ସ୍ମାର୍ଟ ସିଟି ସ୍ମାର୍ଟ ରାସ୍ତା ବୋଲା ଯାଉଥିବା ଶିଶୁଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ମାତ୍ର ୫କି.ମି. ମୁଖ୍ୟ ରାସ୍ତାଟି ୨୦୧୭ ମସିହାରୁ କାମ ଆରମ୍ଭ ହୋଇ ଆଜକୁ ୪ବର୍ଷ ବିତି ଯାଇଥିବା ସତ୍ୱେ ରାସ୍ତାକାମ ସରୁନାହିଁ । ଏଥିରୁ ସହଜରେ ଅନୁମେୟ ରାଜ୍ୟ ସରକାରଙ୍କର ଅପାରଗତା କାରଣରୁ ଆଜି ଭୁବନେଶ୍ୱରବାସୀ ଯାତାୟତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଏମସି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ବେସରକାରୀ ସଂସ୍ଥାକୁ ଦାୟୀତ୍ୱ ଦେଇଥିଲେ ସୁଦ୍ଧା ତାହା ସଂର୍ପୂ ବିଫଳ ହୋଇଛି । ଯାହା ଫଳରେ ପ୍ରତି ବର୍ଷ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଶହ ଶହ ଭୂବନେଶ୍ୱର ବାସିନ୍ଦାଙ୍କ ପ୍ରାଣହାନୀ ହେଉଥିବାରୁ କାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିଛି ।
ବିଗତ ୬ମାସ ମଧ୍ୟରେ ରାଜ୍ୟ ସରକାର ଓ.ଇ.ଆର.ସି ଜରିଆରେ ଦୁଇ ଦୁଇ ଥର ବିଦ୍ୟୁତ ଦର ୟୁନିଟ ପିଛା ସମୁଦାୟ ୫୦ ପଇସା ବର୍ଦ୍ଧିତ କରିଛନ୍ତି । ଏହି କରୋନା କାଳରେ ବୋଝ ଉପରେ ନଳିତା ବିଡା ସଦୃଶ ବର୍ଦ୍ଧିତ ବିଦ୍ୟୁତ ଶୁକ୍ଳ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦ ଭାଙ୍ଗି ଦେଇଛି । ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ଏହି ବିଷୟକୁ ବହୁବାର ନେଇ ଆନ୍ଦୋଳନ କରାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି ଲଢେଇ ଜାରି ରହିବ ବୋଲି କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଛି ।
ଭୁବନେଶ୍ୱର ସହରରେ ବିଗତ ବର୍ଷ ବର୍ଷ ପାଖାପାଖି ୫୦୦ ବସ୍ତିରେ ରହୁଥିବା ୩ଲକ୍ଷରୁ ଉର୍ଦ୍ଧ୍ୱ ବସ୍ତି ବାସିନ୍ଦା ମାନଙ୍କ ପାଇଁ ସରକାର କହୁଥିବା ଥଇଥାନ ଓ ସୁରକ୍ଷାର ପ୍ରତିଶୃତି ଦେଇଥିଲେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ ସଫଳ ରୂପାୟନ କରିନାହାଁନ୍ତି । ଏହି ବସ୍ତିବାସିନ୍ଦାଙ୍କ ଥଇଥାନ ନିମନ୍ତେ ସହରୀ ଯୋଜନାରେ ମୋଦୀ ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର ହଜାର କୋଟି ଆସୁଥିଲେ ମଧ୍ୟ ସରକାରଙ୍କର ଉଦାସୀନତା ଏକ ବିଡମ୍ବନା । ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସର୍ବଦା ବସ୍ତିବାସିନ୍ଦାଙ୍କ ଥଇଥାନ ନିମନ୍ତେ ଲଢେଇ ଜାରି ରଖିଛି ।
ମୋଦୀ ସରକାର ପଂଚାୟତର ଆବାସ, ପାନୀୟଜଳ, ସଡକ, ବିବାହ ମପ, ପୁଷ୍କରିଣୀ ଓ ପରିମଳ ପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ କରୁଥିଲେ ମଧ୍ୟ ରାଜ୍ୟସରକାରଙ୍କର ଅପାରଗତା ଓ ନିଷ୍କ୍ରିୟତା ବାଧକ ସାଜିଛି । ଯାହା ଫଳରେ ଗରିବ ଲୋକମାନେ ତାଙ୍କ ପାଇଁ ମୋଦୀ ପଠାଉଥିବା ଅର୍ଥରୁ ବଂଚିତ ହେଉଛନ୍ତି । ଗରିବ ଲୋକଙ୍କ ପାଇଁ ଆସୁଥିବା ପଇସାକୁ ତାଙ୍କ ପାଖରେ ପଂହଚାଇବା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନିଅନ୍ତୁ ବୋଲି ଆଜିର ଏହି କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛି ।
ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆ ରାଜନୈତିକ ଚିଠା ଆଗତ କରିଥିବାବେଳେ ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ ଏବଂ ହିମାଂଶୁ ଶେଖର ଛୋଟରାୟ ସମର୍ଥନ ଜଣାଇଥିଲେ । ରାଜ୍ୟରେ ରାଜନୈତିକ ପୃଷ୍ଟଭୂମି ଓ ବିଜେପିର ଭୂମିକା ପ୍ରସଙ୍ଗରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ଖାରବେଳ ସ୍ୱାଇଁ ବିସ୍ତୃତ ଆଲୋଚନା କରିଥିବାବେଳେ ସାମାଜିକ ସୁରକ୍ଷାରେ ରାଜନୈତିକ ବ୍ୟବସ୍ଥା ପ୍ରସଙ୍ଗରେ ବରିଷ୍ଠ ନେତା ତଥା ପୂର୍ବତନ ପୋଲିସ ଡିଜି ଶ୍ରୀ ପ୍ରକାଶ ମିଶ୍ର ଆଲୋଚନା କରିଥିଲେ । ଭାରତୀୟ ବିଚାରଧାରା ଓ ବିଜେପି ପ୍ରସଙ୍ଗରେ ବରିଷ୍ଠ ନେତା ତଥା ପୂର୍ବତନ ପ୍ରଶାସକ ଶ୍ରୀ ସୁଦର୍ଶନ ନାୟକ ଆଲୋଚନାରେ ଭାଗ ନେଇଥିଲେ ।
ଆଗାମୀ ତ୍ରିସ୍ତରୀୟ ପଂଚାୟତ ଓ ପୈାର ନିର୍ବାଚନ ପରିଚାଳନା ପରିପ୍ରେକ୍ଷୀରେ ଭୂବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କାର୍ଯ୍ୟକାରିଣୀକୁ ପ୍ରସ୍ତୁତ ରହିବା ଏବଂ ଦିଶାହୀନ ସରକାର ବିରୁଦ୍ଧରେ ଲଢେଇ ଜାରୀ ରଖିବାକୁ ଆହ୍ୱାନ ଦେଇଥିଲେ । ସେହିପରି ରାଷ୍ଟ୍ରୀୟ ସୁରକ୍ଷା ଓ ଆତ୍ମନିର୍ଭର ଭାରତ ପ୍ରସଙ୍ଗରେ ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି କାର୍ଯ୍ୟକାରିଣୀକୁ ଅବଗତ କରାଇଥିବାବେଳେ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମର ଉପଯୋଗିତା ପ୍ରସଙ୍ଗରେ ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲୀପ ମଲ୍ଲିକ କାର୍ଯ୍ୟକାରିଣୀକୁ ଅଲୋକପାତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking