ବେଟିଂ ଆପ୍ରେ ଲୋକଙ୍କଠାରୁ ଟଙ୍କା ଆଦାୟ କରି ବିଭିନ୍ନ ଜାଗାରେ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିବାକୁ ଅପଚେଷ୍ଟା କରୁଛି କଂଗ୍ରେସ ସରକାର
ଛତିଶଗଡ ଓ ମଧ୍ୟପ୍ରଦେଶରୁ ଦୁବାଇ ପର୍ଯ୍ୟନ୍ତ ମହାଦେବ ବେଟିଂ ଆପ୍ର ଚେର ଲମ୍ବିଛି
ଭାରତ ବିରୋଧୀ ଶକ୍ତିମାନେ କଂଗ୍ରେସକୁ ଟଙ୍କା ଦେଉଛନ୍ତି
ଭୁବନେଶ୍ୱର : ଗତ କିଛିଦିନ ଧରି ମହାଦେବ ବେଟିଂ ଆପ୍ର ସ୍କାମ୍ ଘୋଟାଲା ଚାଲିଥିଲା । ଏହି ସ୍କାମ୍ରେ ବର୍ତମାନର ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗୁରୁତରଭାବେ ଛନ୍ଦି ହୋଇଛନ୍ତି । ଅନ୍ଲାଇନରେ ଜୁଆ ଖେଳର ବ୍ୟବସ୍ଥା କରି ମହାଦେବ ବେଟିଂ ପ୍ରୟୋଜକମାନେ ବିଭିନ୍ନ ଅଭିନେତା, ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ଜାଲରେ ଛନ୍ଦିଥିଲେ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ତଦନ୍ତ ପରିସରକୁ ଆଣି ପଚରାଉଚରା କରୁଛି । ୨ନଭେମ୍ବରରେ ଇଡି ଛତିଶଗଡରେ ଛାପା ମାରିବା ପରେ ଅସୀମ ଦାସଙ୍କ ଠାରୁ ନଗଦ ୫କୋଟି ୩୦ଲକ୍ଷ ଟଙ୍କା ରିକୋଭରି କରିଥିଲେ । ଏହାପରେ ଶ୍ରୀ ଦାସ ସ୍ପଷ୍ଟ କରିଥିଲେ ଚଳିତ ନିର୍ବାଚନ ପାଇଁ ଏହି ଟଙ୍କା ବିଭିନ୍ନ ମନ୍ତ୍ରୀଙ୍କୁ ଦେବାକୁ ସେ ଯାଇଥିଲେ । ମନି ଲଣ୍ଡରିଂ ଆପ୍ ଅନ୍ତର୍ଗତ ୧୭କୋଟି ଟଙ୍କା ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କ ଆକାଉଂଟରୁ ସିଜ୍ କରାଯାଇଛି । ତା’ଛଡା ୫ଶହ ୮କୋଟି ଟଙ୍କା ଭୂପେଶ ବାଘେଲ ବିଭିନ୍ନ କଂଗ୍ରେସ ନେତାଙ୍କୁ ଦିଆଯାଇଛି ବୋଲି ଅଭିଯୁକ୍ତି ସ୍ୱୀକାର କରିଛନ୍ତି । ଦୁର୍ନୀତି, ଲୋକଙ୍କୁ ଚଂଚକତା, ଠକେଇ ବେଟିଂ ଆପ୍ ମାଧ୍ୟମରେ ଲୋକଙ୍କଠାରୁ ଟଙ୍କା ଆଦାୟ କରି କଂଗ୍ରେସ ସରକାର ବିଭିନ୍ନ ଜାଗାରେ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିବାକୁ ଅପଚେଷ୍ଟା କରୁଛି । ଏ ବିଷୟରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟସ୍ତରଠୁ ଆରମ୍ଭ କରି ଛତିଶଗଡ, ମଧ୍ୟପ୍ରଦେଶରେ ପ୍ରସଙ୍ଗ ଉଠାଇଥିଲା । ଏବେ ଇଡିର ଛାପା ବିଭିନ୍ନ ଜାଗାରେ ପଡି କୋଟି କୋଟି ଟଙ୍କା ସିଜ୍ କରାଯାଉଛି । ଏଥିରୁ ସ୍ପଷ୍ଟ ହେଉଛି ଭୂପେଶ ବାଘେଲ ସରକାର ମହାଦେବ ବେଟିଂ ଆପ୍ରେ ଜଡିତ ଏବଂ ଏହି ଟଙ୍କାକୁ ନେଇ ସେମାନେ ବିଭିନ୍ନ କଂଗ୍ରେସ ପ୍ରାର୍ଥୀ ଓ ନେତାଙ୍କୁ ବାଂଟୁଥିଲେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ଅଭିଯୋଗ କରି କହିଛନ୍ତି ।
ଭାରତରେ ମହାଦେବ ବେଟିଂ ଆପ୍ର ପ୍ରୋମୋଟର ଚନ୍ଦ୍ରଶେଖର ଓ ଉପଲଙ୍କ କଂଗ୍ରେସ ନେତାଙ୍କ ବିଭିନ୍ନ କଥୋପ କଥନ, କଲ୍ ରେକର୍ଡ, ହ୍ୱାର୍ଟସପ୍ ଚାର୍ଟ ସବୁ ପ୍ରାପ୍ତ ହେବା ପରେ ଇଡି ଅଭିଯୁକ୍ତ ଅସୀମ ଦାସ ଠାରୁ ଶୁଭମ୍ ସୋନି ମାଧ୍ୟମରେ ବ୍ୟାପକ ଟଙ୍କା କାରବାର ହୋଇଛି । ଅସୀମ ଦାସ କିଏ? ସେ କାହା କାହା ପାଖରେ ଟଙ୍କା ଜମା କରିଛି? ଶୁଭମ୍ ସୋନି କଂଗ୍ରେସର ଜଣେ ପାଖଲୋକ । ଶୁଭମ୍ ସୋନି ଅସୀମଙ୍କ ଠାରୁ ଟଙ୍କା ନେଇ କଂଗ୍ରେସ ନେତାମାନଙ୍କୁ ବାଂଟିନାହାନ୍ତି ତ? ଅସୀନ ଦାସ ଭଏସ ରେକର୍ଡ ଭୂପେଶ ବାଘେଲଙ୍କ ସଂପୃକ୍ତିକୁ ପ୍ରମାଣିତ କରୁନାହିଁ କି? ହୋଟେଲ ଟାଇଟନରୁ ଅସୀମ ଦାସଙ୍କ ପାଖରୁ ଟଙ୍କା ଜବତ କରାଗଲା ତାହା କଂଗ୍ରେସ ନେତାଙ୍କୁ ନିର୍ବାଚନ ପାଇଁ ଦିଆଯାଉଥିଲା କି? ୧୫କୋଟି କାହା ପାଖରେ ଥିଲା? ୫କୋଟି ୩୦ଲକ୍ଷ ଜବତ ଟଙ୍କା କଂଗ୍ରେସର ନେତାଙ୍କ ବ୍ୟବହାର ପାଇଁ ଦିଆଯାଉଥିଲା କି? ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି ।
ଛତିଶଗଡ ଓ ମଧ୍ୟପ୍ରଦେଶରୁ ଦୁବାଇ ପର୍ଯ୍ୟନ୍ତ ମହାଦେବ ବେଟିଂ ଆପ୍ର ଚେର ଲମ୍ବିଛି । ଭାରତ ବିରୋଧୀ ଶକ୍ତିମାନେ କଂଗ୍ରେସକୁ ଟଙ୍କା ଦେଉଛନ୍ତି । ଛତିଶଗଡର କଂଗ୍ରେସ ନେତୃମଣ୍ଡଳୀ ଏହି ଟଙ୍କାରେ ଉପକୃତ ହୋଇଛନ୍ତି ବୋଲି ଡ.ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।