• ବିଜେଡ଼ି ପ୍ରବକ୍ତା ଯେଉଁ ବିଷୟକୁ ଉପସ୍ଥାପନା କରିଛନ୍ତି, ତାହା ତାଙ୍କ ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି
• ବିଜେପି ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ସବୁବେଳେ ଲଢ଼େଇ କରି ଆସିଛି କିନ୍ତୁ ବିଜେଡି କେବଳ ରାଜନୀତି କରିବା ଛଡା ଆଉ କିଛି ଜାଣୁନାହିଁ
• ବିଜେପିରେ କୌଣସି ପ୍ରତିଯୋଗିତା ନେତାମାନେ କରନ୍ତି ନାହିଁ ବରଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରନ୍ତି
• କିଛି ନ କରି ସବୁବେଳେ ଶ୍ରେୟ ନେବାର ଦଳ ହେଉଛି ବିଜେଡ଼ି ଦଳ ଓ ତାଙ୍କ ସରକାର
• ଅକ୍ଟୋବର ୨୦୧୯ରେ ନିପନ ଷ୍ଟିଲ୍ ଓଡ଼ିଶାରେ ହେବା ନେଇ କୁହାଯାଇଥିବା ବେଳେ ୨୦୨୩ରେ ସେହି କଥାକୁ ଉଠାଇ ବାହାବା ନେବା ପାଇଁ ଚେଷ୍ଟା କରୁଛି ବିଜେଡ଼ି
• ୨୦୧୭ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ପାରଳା ମହାରାଜାଙ୍କ ବିୟୋଗ ହୋଇନଥିବା ସତ୍ତ୍ୱେ ଶୋକବାର୍ତ୍ତା ଦେଇଥିଲେ କି ନାହିଁ ?
• ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ନେଇ ଘୋଷଣା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସରକାରରେ ଥିବା ମନ୍ତ୍ରୀ କେନ୍ଦ୍ରକୁ ପତ୍ର ଲେଖିବା ହାସ୍ୟାସ୍ପଦ ନୁହେଁ କି?
• ଅନ୍ୟକୁ କିଛି ଶିଖାଇବା ପୂର୍ବରୁ ବିଜେଡି ପ୍ରବକ୍ତା ମାନେ ନିଜେ ଶିଖିଲେ ଭଲ ହୁଅନ୍ତା
ଭୁବନେଶ୍ୱର, – ସରକାରୀ ଅଧିକାରୀଙ୍କ ଗସ୍ତରେ ମନ୍ତ୍ରୀମାନେ ଛତା ଧରିବାର ଦେଖାଯାଉଛି । ଏହା ହେଉଛି ବିଜେଡି ସରକାରର ପରମ୍ପରା । ତେଣୁ ଅନ୍ୟକୁ କିଛି ଶିଖାଇବା ପୂର୍ବରୁ ବିଜେଡି ପ୍ରବକ୍ତା ମାନେ ନିଜେ ଶିଖିଲେ ଭଲ ହୁଅନ୍ତା ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
ସେ କହିଛନ୍ତି ଯେ ବିଜେଡ଼ି ପ୍ରବକ୍ତା ଯେଉଁ ବିଷୟକୁ ଉପସ୍ଥାପନା କରିଛନ୍ତି, ତାହା ଏକ ହାସ୍ୟାସ୍ପଦ । ବିଜେପି ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ସବୁବେଳେ ଲଢ଼େଇ କରି ଆସିଛି କିନ୍ତୁ ବିଜେଡି କେବଳ ରାଜନୀତି କରିବା ଛଡା ଆଉ କିଛି ଜାଣୁନାହିଁ । ବିଜେପିରେ କୌଣସି ପ୍ରତିଯୋଗିତା ନେତାମାନେ କରନ୍ତି ନାହିଁ ବରଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତି । କପିଳେଶ୍ୱର ମନ୍ଦିର ସମ୍ପର୍କୀୟ ଏଏସଆଇ ଗେଜେଟ୍ ଏବଂ ଚିଠିକୁ ଠିକରେ ପଢିଥିଲେ ବିଜେଡ଼ି ପ୍ରବକ୍ତା ଏଭଳି ଅପରିପକ୍ୱତା ମାନସିକତାର ଉତ୍ତର ଦେଇନଥାନ୍ତେ ।
କିଛି ନ କରି ସବୁବେଳେ ଶ୍ରେୟ ନେବାର ଦଳ ହେଉଛି ବିଜେଡ଼ି ଦଳ ଓ ବିଜେଡ଼ି ସରକାର । ପ୍ରଥମେ ଅକ୍ଟୋବର ୨୦୧୯ରେ ନିପନ ଷ୍ଟିଲ୍ ଓଡ଼ିଶାରେ ହେବା ନେଇ କୁହାଯାଇଥିବା ବେଳେ ୨୦୨୩ରେ ବିଜେଡ଼ି ସେହି କଥାକୁ ଉଠାଇ ବାହାବା ନେବା ପାଇଁ ଚେଷ୍ଟା କରିଥିଲା । ସେହିପରି ଡିସେମ୍ବର ୨୦୧୭ରେ ପାରଳା ମହାରାଜାଙ୍କ ବିୟୋଗ ହୋଇନଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତ୍ତା ଦେଇଥିଲେ କି ନାହିଁ ? ଏହି ମନ୍ତବ୍ୟକୁ ନେଇ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ନିକଟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ନେଇ ଭାରତ ସରକାର ଘୋଷଣା କରାଯିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସରକାରରେ ଥିବା ମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ରକୁ ପତ୍ର ଲେଖିବା ହାସ୍ୟାସ୍ପଦ ନୁହେଁ କି ? ଏହା ଉପରେ ବିଜେଡି ପ୍ରବକ୍ତା ଉତ୍ତର ରଖିବେ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।