21.1 C
Bhubaneswar
Friday, December 27, 2024
Homeଓଡିଶାନବୀନଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ସମୂହକୁ ଆଗକୁ ନେବା ପରିବର୍ତ୍ତେ ନକରାତ୍ମକ ମନ୍ତବ୍ୟରୁ ମୋହନ ସରକାର କ୍ଷାନ୍ତ...

ନବୀନଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ସମୂହକୁ ଆଗକୁ ନେବା ପରିବର୍ତ୍ତେ ନକରାତ୍ମକ ମନ୍ତବ୍ୟରୁ ମୋହନ ସରକାର କ୍ଷାନ୍ତ ରୁହନ୍ତୁ: ବିଜେଡି

 ଓଡିଶା ସମବାୟ ବିଭାଗର କାର୍ଯ୍ୟ ଜାତୀୟସ୍ତରରେ ପ୍ରଶଂସିତ
 ବୈଦ୍ୟନାଥନ୍ କମିଟି ସୁପାରିସ କାର୍ଯ୍ୟକାରୀ କରିବାରେ ଓଡିଶା ଅଗ୍ରଣୀ
ଭୁବନେଶ୍ୱର, : ସମବାୟ ସପ୍ତାହ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ଗ୍ରହଣୀୟ ନୁହେଁ ବୋଲି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା। ସରକାରକୁ ଆସିବାର ୫ ମାସ ପୂରିବା ସତ୍ତ୍ୱେ କୌଣସି ଆଖିଦୃଶିଆ ଉପଲବ୍ଧି ନଥାଇ କଥାକୁହା ବିଜେପି ସରକାର ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଅରୁଚିକର। ୨୦୦୦ ମସିହାରେ ବିଜୁ ଜନତା ଦଳ ସରକାରକୁ ଆସିଲା ବେଳେ ରାଜ୍ୟରେ କୃଷି ଋଣ ୧୪% ସୁଧ ହାରରେ ସମଗ୍ର ରାଜ୍ୟରେ ୨୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପର୍ଯ୍ୟାୟକ୍ରମେ ଅଧିକ ସଂଖ୍ୟକ ଚାଷୀଙ୍କୁ ସାମିଲ କରାଯାଇ, ଋଣର ପରିମାଣ ବୃଦ୍ଧି କରି ଏବଂ ସୁଧ ହାର ହ୍ରାସ କରିବା ଦ୍ୱାରା ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ଏହି ଋଣ ପରିମାଣ ବୃଦ୍ଧି ପାଇ ୨୪ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ କୃଷି ଋଣ ରାଜ୍ୟର ଚାଷୀମାନଙ୍କୁ ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନବୀନ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି କ୍ରମେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣରେ ୦% ସୁଧ ଏବଂ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨% ସୁଧ ହାରରେ ଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯାଉଛି ।
ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ, ବୈଦ୍ୟନାଥନ କମିଟିର ସୁପାରିସ ଅନୁଯାୟୀ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସମବାୟ ସଂସ୍ଥା ମାନଙ୍କରେ ଆନୁପାତିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲା । ସମବାୟ ସଂସ୍ଥା ଗୁଡ଼ିକର କାର୍ଯ୍ୟକାଳ ଅବଧି ୪ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରାଯାଇଥିଲା ଏବଂ ତା ସହିତ ଜନସାଧାରଣଙ୍କ ମୌଳିକ ଅଧିକାର ଭାବେ ବିବେଚନା କରାଯାଇ ସମବାୟ ଆନ୍ଦୋଳନକୁ ଶୀର୍ଷ ସ୍ତରରେ ପହଞ୍ଚାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟର ୧୦ଟି ଜିଲ୍ଲାରେ ଚ. ଚବଗ୍ଦଗ୍ଦ (ଚବୟୟଚ୍ଚ ଚକ୍ସକ୍ଟମଙ୍କକ୍ସଜ୍ଞରଦ୍ଭଗ୍ଧ ଇଙ୍କଗ୍ଧକ୍ଟଜ୍ଞବଗ୍ଧସକ୍ଟଦ୍ଭ ଝଚ୍ଚଗ୍ଦଗ୍ଧରଜ୍ଞ) ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଏହାର ସଫଳତା ଦେଖି ସାରା ରାଜ୍ୟରେ ୨୦୧୭ ମସିହା ସୁଦ୍ଧା ଲାଗୁ କରାଗଲା । ଏହାର ଫଳସ୍ୱରୂପ ସ୍ୱଚ୍ଛତାର ସହ ସମବାୟ ସଂସ୍ଥା ମାଧ୍ୟମରେ ଧାନ ସଂଗ୍ରହ ସଫଳତାର ସହ କରିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଥିଲେ ଏବଂ ଅନ୍ୟ ରାଜ୍ୟର ଅଧିକାରୀମାନେ ଓଡ଼ିଶା ଆସି ଏହାର କାର୍ଯ୍ୟକାରିତା ଅନୁଧ୍ୟାନ କରି ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିଥିଲେ ।
ପୂର୍ବରୁ ଭୂମିହୀନ ଓ ଭାଗଚାଷୀମାନେ ସମବାୟ ବ୍ୟାଙ୍କ ବା ଅନ୍ୟ ଜାତୀୟକରଣ ବ୍ୟାଙ୍କରୁ କୃଷି ଋଣ ନେବା ପାଇଁ ସକ୍ଷମ ହେଉନଥିଲେ । ନବୀନ ସରକାରଙ୍କ ନିଷ୍ପତ୍ତି ବଳରେ ଔଖଏ (ଔକ୍ଟସଦ୍ଭଗ୍ଧ ଖସବଭସକ୍ଷସଗ୍ଧଚ୍ଚ ଏକ୍ସକ୍ଟଙ୍କକ୍ଟ୍ର) ଗଠନ କରି ସେମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଗଲା, ପୁନଶ୍ଚ ‘ବଳରାମ ଯୋଜନା’ ମାଧ୍ୟମରେ ଏହାକୁ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ପୂର୍ବରୁ ଅଳ୍ପ କିଛି ସଂସ୍ଥାରେ ବିହନ ଉପଲବ୍ଧି ହେଉଥିବା ବେଳେ, ଆମ ସରକାର ସମୟରେ ସମସ୍ତ ଚଇଉଗ୍ଦ ଓ ଖଇଗଚଗ୍ଦ ଜରିଆରେ ଧାନ ବିହନ ସହିତ ଅନ୍ୟାନ୍ୟ ବିହନ ଚାଷୀମାନଙ୍କୁ ରିହାତି ଦରରେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା ଏବଂ ରିହାତି ଅର୍ଥକୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କ ଆକାଉଌକ୍ଷଗ୍ଧ;କୁ ସ୍ୱଚ୍ଛତାର ସହ ପ୍ରଦାନ କରିବା ବ୍ୟବସ୍ଥା ଆରମ୍ଭ କରାଗଲା ।
କୃଷି ଋଣ ସହ ଆନୁଷଙ୍ଗିକ କୃଷି ଋଣ (ଇକ୍ଷକ୍ଷସରୟ ଇଶକ୍ସସମଙ୍କକ୍ଷଗ୍ଧଙ୍କକ୍ସର ଖକ୍ଟବଦ୍ଭ) ପ୍ରଦାନ କ୍ଷେତ୍ରରେ ଚାଷୀମାନଙ୍କୁ ୧୦% ଅଂଶଧନ ଦେବାକୁ ପଡୁଥିଲା । ନବୀନ ବାବୁଙ୍କ ଦୃଢ଼ ନିଷ୍ପତ୍ତି ଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ ଶହ ଟଙ୍କା ଏବଂ ୧୦ ଲକ୍ଷ ଟଙ୍କାରୁ ଅଧିକ ଋଣ ପାଇଁ ୧୫ ଶହ ଟଙ୍କା ଅଂଶଧନ ଦେବାକୁ ବ୍ୟବସ୍ଥା କରାଯାଇଛି, ଯାହା ନବୀନ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ରାସାୟନିକ ସାର ଚାଷୀମାନଙ୍କୁ ଠିକ୍ ସମୟରେ ଚଇଉଗ୍ଦ ଓ ଖଇଗଚଗ୍ଦ ଜରିଆରେ ସ୍ୱଚ୍ଛତାର ସହ ବଌକ୍ଷଗ୍ଧ;ନ ବ୍ୟବସ୍ଥା କରିବା ପାଇଁ ମାର୍କଫେଡ୍‌କୁ ଏକ କର୍ପସ ଫଣ୍ଡ ନବୀନ ସରକାର ପ୍ରଦାନ କରିଥିଲେ । ଏହି କର୍ପସ ଫଣ୍ଡ ୭୫ କୋଟି ଟଙ୍କାରୁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ୯୦ କୋଟି, ୧୦୦ କୋଟି ଏବଂ ବର୍ତ୍ତମାନ ୧୫୦ କୋଟି ଟଙ୍କାରେ ପହଞ୍ଚିଛି । ଏହି ଅର୍ଥ ଜରିଆରେ ମାର୍କଫେଡ୍ ଚାଷୀମାନଙ୍କୁ ଉଚିତ୍ ଦରରେ ଏବଂ ଚଙଝ ମାଧ୍ୟମରେ ସ୍ୱଚ୍ଛତାର ସହ ସାର ପ୍ରଦାନ କରୁଛି । ତେଣୁ ନବୀନ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଯୁଗାନ୍ତକାରୀ ନିଷ୍ପତ୍ତି ସମୂହକୁ ଆଗକୁ ନେବା ପରିବର୍ତ୍ତେ ନକାରାତ୍ମକ ମନ୍ତବ୍ୟ ଦେବାରୁ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ଶ୍ରୀ ପଣ୍ଡା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking