ଭୁବନେଶ୍ୱର : ବିଜୁ ଜନତା ଦଳର ପ୍ରତିନିଧୀ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ବିଜେପି ନେତା ମନମୋହନ ସାମଲଙ୍କ ଗିରଫଦାରୀକୁ ତୁରନ୍ତ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି । ମନମୋହନ ସାମଲ ଏବଂ ତାଙ୍କ ବିଜେପି କର୍ମୀ ଯେଉଁମାନେ ବିଜେଡି ସମର୍ଥକ ପ୍ରତାପ ଚନ୍ଦ୍ର ସାହୁଙ୍କୁ ହତ୍ୟା କରିଛନ୍ତି । ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ଧାମନଗର ଠାରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି ।
ବିଜେଡିର ପ୍ରତିନିଧି ଦଳ ମଧ୍ୟ ନିର୍ବାଚନ ଆୟୋଗଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଯେ, ଯେହେତୁ ଓଡ଼ିଶାରେ ବିଜେପି ପଞ୍ଚାୟତ ନିର୍ବାଚନରେ ବିଜେଡି ଠାରୁ ହାରୁଛି, ତେଣୁ ଓଡିଶା ବିଜେପି ପ୍ରାର୍ଥୀ, ବିଜେଡି ସମର୍ଥକଙ୍କ ବିରୋଧରେ ଓଡିଶାରେ ବ୍ୟାପକ, ହତ୍ୟାକାଣ୍ଡର ହିଂସା ଘଟାଇଛି ।
ଏହି ହତ୍ୟାକାଣ୍ଡ ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେଡି । ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଛି । ଖୁବ ଶୀଘ୍ର ମନମୋହନ ସାମଲ ଓ ହତ୍ୟାକାଣ୍ଡରେ ସପୃକ୍ତି ଥିବା ଅନ୍ୟ ବିଜେପି କର୍ମୀଙ୍କୁ ଗିରଫ ପାଇଁ ଦାବି କରିଛି ବିଜେଡି । କେବଳ ଏତିକି ନିହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଭଳି ବିଜେପି ରକ୍ତମୁଖା ସାଜିଛି ଏବଂ ହିଂସାକାଣ୍ଡ ଘଟାଉଛି ତାହା ଉପରେ ମଧ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।