29.1 C
Bhubaneswar
Sunday, September 8, 2024
Homeଓଡିଶାବିଜେଡିର ଶକ୍ତି ପ୍ରଦର୍ଶନ

ବିଜେଡିର ଶକ୍ତି ପ୍ରଦର୍ଶନ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନମଣ୍ଡଳୀ ଅଧୀନ ମୋରଡା ବ୍ଲକର ୩୮ ନମ୍ବର ଜୋନରେ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ଜୋନସ୍ତରୀୟ ନିର୍ବାଚନୀସଭା ଅନୁଷ୍ଠିତ ହୋଇଯାଇଛି। ମୋରଡା ନିର୍ବାଚନମଣ୍ଡଳୀ ସଂଯୋଜକ ତଥା ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ସଭାରେ ମୋରଡା ବିଧାୟକ ରାଜକିଶୋର ଦାସ, ବ୍ଲକ ଅଧ୍ୟକ୍ଷ ପିଥନାଥ ସୋରେନ, ଜିଲ୍ଲାପରିଷଦ ସଭ୍ୟ ଅଭିରାମ ଭୋଇ, ମିନାକ୍ଷୀ ସୋରେନ, ବରିଷ୍ଠ ନେତା କ୍ଷିତୀଶ ମହାନ୍ତ,ନାରୀନେତ୍ରୀ ବିଦ୍ୟୁତପ୍ରଭା ବେହେରା, ଗଡିଆ ସରପଞ୍ଚ ବାସନ୍ତୀ ଟୁଡୁ, ସମିତିସଭ୍ୟା ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ କୃଷ୍ଣାନନ୍ଦ ମହାନ୍ତି ବିଜେଡି ସରକାରର ଲୋକଙ୍କ ପାଖରେ ପହଞ୍ଚିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଆଗାମୀ ଜୁଲାଇ ମାସରୁ ବିଦ୍ୟୁତ ଦେୟ ଛାଡ ଉପରେ ଲୋକଙ୍କୁ ଅବଗତ କରାଇଥିଲେ।

ପରେ ପରେ ମୋରଡା ବ୍ଲକ ଯୁବ ସଭାପତି ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ସ୍ଥାନୀୟ ନୂଆଝାଳିଆ ପଞ୍ଚାୟତରୁ ଆରମ୍ଭ କରାଯାଇ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ମୋରଡା ବିଧାୟିକା ପ୍ରାର୍ଥୀନୀ ପ୍ରୀତିନନ୍ଦା କାନୁନଗୋଙ୍କୁ ପାରମ୍ପାରିକ ଆଦିବାସୀ ବାଦ୍ୟ ସାଙ୍ଗକୁ ନୃତ୍ୟରେ ମଞ୍ଚ ନିକଟକୁ ପାଛୋଟି ଆଣି ଫୁଲମାଳ ଓ଼ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ସମର୍ଥକ। ସଭାରେ ମୋରଡା ବିଧାୟକ ଶ୍ରୀ ଦାସ ବିଜେପି ସରକାରକୁ ମିଛୁଆ ସରକାର କହିବା ସହିତ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଶ୍ରୀ ମହାପାତ୍ର ଜମି ଦୁର୍ନୀତି ମାମଲା, ଟୋଲ ଗେଟରୁ ଟଙ୍କା ଆଦାୟ କରିଥିବା ଅଭିଯୋଗରେ ଛନ୍ଦି ହୋଇଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି କହିଥିଲେ ଶ୍ରୀ ଦାସ।

ସେହିପରି ପ୍ରାର୍ଥୀନୀ ପ୍ରୀତିନନ୍ଦା କାନୁନଗୋ ନିଜ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ନବୀନ ପଟ୍ଟନାୟକ ଗରିବଙ୍କ ସାଥୀ ବୋଲି କହିଥିଲେ। ତେଣୁ ଆସନ୍ତା ନିର୍ବାଚନରେ ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ନିବେଦନ କରିଥିଲେ। ଶେଷରେ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ନିଜର ବ୍ୟକ୍ତବ୍ୟ ରଖିଥିଲେ। ଗରିବ ପରିବାର ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଯୋଜନା କରିଛନ୍ତି ବୋଲି କହିଥିଲେ। ଓଡିଶା ନବୀନଙ୍କ ପରିବାର ବୋଲି ମଧ୍ୟ କହିଥିଲେ ଶ୍ରୀ ମାରାଣ୍ଡି। ତେଣୁ ତାଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରାଇବାକୁ ହେଲେ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଶ୍ରୀ ମାରାଣ୍ଡି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking