ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଦଳ ଡିଆଁ ପର୍ବ ଜୋର ଧରିଛି । ଏହାରି ଭିତରେ ବିଜେଡିର ଜଣେ ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂହ । ସେ ନିଜେ ନବୀନ ନିବାସ ଆସି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପ୍ରଭାସ ସିଂହ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ । ପ୍ରଭାସ ସିଂହ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ । ଚଳିତ ନିର୍ବାଚନ ପାଇଁ ସେ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପକ୍ଷରୁ ପରିଣୀତା ମିଶ୍ରଙ୍କୁ ଟିକେଟ ଦିଆଯାଇଛି ।