30.1 C
Bhubaneswar
Monday, May 20, 2024
Homeଓଡିଶାମାନସିକ ଭାରସାମ୍ୟ ହରାଇଲେଣି ପ୍ରଦୀପ: ବିକ୍ରମ ପଣ୍ଡା

ମାନସିକ ଭାରସାମ୍ୟ ହରାଇଲେଣି ପ୍ରଦୀପ: ବିକ୍ରମ ପଣ୍ଡା

 ଚାର୍ଜଫ୍ରେମ ପରେ ପ୍ରବଳ ମୁଣ୍ଡ ଦୋଷ ବାହାରିଛି, ପାଗଳର ପ୍ରଳାପ କରୁଛନ୍ତି
 ସେ ଜାଣିଛନ୍ତି, ତାଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ଅଛି, କଠୋର ଦଣ୍ଡ ବିଧାନ ହେବ
 ତାଙ୍କ କଥାକୁ ଗୋପାଳପୁରବାସୀ, ରାଜ୍ୟବାସୀ ଗୁରୁତ୍ୱ ଦେଉନାହାନ୍ତି
ଭୁବନେଶ୍ୱର : ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଚାକିରୀ ନାଁରେ ଲୁଟିଥିବା ପ୍ରଦୀପ ପାଣିଗ୍ରାହୀ, ଏବେ ମାନସିକ ଭାରସାମ୍ୟ ହରାଇ ବସିଲେଣି । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ କୋର୍ଟ ଚାର୍ଜଫ୍ରେମ କରିବା ପରେ ତାଙ୍କର ପ୍ରବଳ ମୁଣ୍ଡ ଦୋଷ ବାହାରିଛି ଓ ସେ ପାଗଳର ପ୍ରଳାପ କରୁଛନ୍ତି ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦୀପ ପାଣିଗ୍ରାହୀ ଭଲ ଭାବେ ଜାଣିଛନ୍ତି ତାଙ୍କ ବିରୋଧରେ ପ୍ରାଥମିକ ତଥ୍ୟ ପ୍ରମାଣ ଅଛି ଓ ଏହି ମାମଲାରେ ତାଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ହେବ । ତେଣୁ ଲଜ୍ଜାହୀନ ଲମ୍ଫଟଙ୍କ ଭଳି ଇଆଡୁ ସିଆଡୁ ଗପୁଛନ୍ତି । ତାଙ୍କ କଥାକୁ ନା ଗୋପାଳପୁରବାସୀ ନା ସାଧାରଣ ଜନତା କେହି ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି ।
ଏହି ପ୍ରତ୍ୟାଖିତ, ଠକ, ଦଗାଦିଆ ପ୍ରଜାତିର ବ୍ୟକ୍ତିକୁ କୋଳେଇ ନେବାକୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିଷ୍ପତି ନେଇସାରିଲାଣି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ଚାରିଆଡେ କହିବୁଲୁଛନ୍ତି । ଯଦି ଏଥିରେ ସତ୍ୟତା ଥାଏ ତେବେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ସେହି ଦଳଟି ଏଭଳି ଜନବିରୋଧୀ ନେତାଙ୍କୁ ସବୁବେଳେ ଆପଣାଇ ଚାଲନ୍ତି ଏବଂ ଓଡିଶାବାସୀ ଏମାନଙ୍କୁ ପ୍ରତ୍ୟାଖ୍ୟାନ କରିଚାଲନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ଶ୍ରୀଯୁକ୍ତ ପଣ୍ଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking